ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଅପରେସନ ଚକ୍ର ଅଭିଯାନରେ ପୁରୀ ପୋଲିସକୁ ସଫଳତା ମିଳିଛି । ସେପ୍ଟେମ୍ବର ୨୭ ତାରିଖରେ ପୁରୀ ସଦରଥାନା ଅନ୍ତର୍ଗତ ନୀଳଚକ୍ର ନଗରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ୨ଶହ ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରି ସୁକାନ୍ତି ପଣ୍ଡାକୁ ଗିରଫ କରିଥିଲେ । ପରେ ତଦନ୍ତ କରିବା ପରେ ଜଣାପଡିଲା ସରକାରୀ ଜାଗା ଉପରେ ସୁକାନ୍ତି ୪ ବଖରା ଘର କରି ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ମାରପିଟ, ଚୋରି, ଛିନତାଇ ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା ।

ଅଞ୍ଚଳବାସୀ ମଧ୍ଯ ଏଥିରେ ଅତିଷ୍ଠ ହୋଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁରୀର ଯୁବ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ରବିନାରାୟଣ ଭଞ୍ଜ, ସଦରଥାନା ଆଇଆଇସି ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜରରେ ଘର ଟିକୁ ସମ୍ପର୍ଣ୍ଣ ଭଙ୍ଗା ଯାଇଥିଲା । ଏ ସମ୍ପର୍କରେ ପୁରୀ ଏସପି ଶ୍ରୀ ସିଂ କୁହନ୍ତି ନିଶା ବେପାରୀଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ନିଶା ବେପାରୀ ଛୋଟ ହେଉ ବା ବଡ ହେଉ କାହାରିକୁ ଛଡା ଯିବ ନାହିଁ ।















