ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନ୍ତର୍ଗତ ଦାବ୍ରି ଗ୍ରାମର ମାଁ ଦୁଆରଶନି ୟୁଥ୍ କ୍ଳବ ପକ୍ଷରୁ ଆଜି ଗାଁର କେତୋଟି ପଡ଼ାରେ କମ୍ବଳ ବଣ୍ଟନ କରାଯାଇଥିଲା।ଧୀରେ ଧୀରେ ଥଣ୍ଡା ଓ ତାପ ମାତ୍ରା ହ୍ରାସ ହେବାରେ ଲାଗିଛି ବୋଲି ଗାଁର ଅସହାୟ, ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସଂଗଠନର ସଦସ୍ୟ ମାନେ ନିଜ ନିଜ ଭିତରେ ଆର୍ଥିକ ପାଣ୍ଠି ଏକତ୍ରିତ କରି ଗାଁର ତିନୋଟି ପଡ଼ାରେ ଅସହାୟଙ୍କୁ ୩୦ ଖଣ୍ଡ କମ୍ବଳ ବଣ୍ଟନ କରିଥିଲେ ।

ବାକି ଆଉ କେତୋଟି ପଡ଼ା କୁ ଗୋଟେ ଦୁଇ ଦିନରେ ଭିତରେ କମ୍ବଳ ବଣ୍ଟନ କରାଯିବ ବୋଲି କ୍ଲବ୍ ର ସଭାପତି ଶ୍ରୀ ରାଜୁ ଛତ୍ରିଆ କହିଛନ୍ତି । କମ୍ବଳ ବାଣ୍ଟିବା ସମୟରେ ସଭାପତି ଶ୍ରୀ ରାଜୁ ଛତ୍ରିଆ , କ୍ଲବ୍ ସହଯୋଗୀ ରୁକ୍ଷ କର୍ତ୍ତା ଚନ୍ଦନ,ସହ ସମ୍ପାଦକ ନନ୍ଦୀ ରାଜ ମଲ୍ଲିକ,କୋଷାଧ୍ୟକ୍ଷ ରୋହିତ ନାଗ , ଲାଇବ୍ରେରୀଆନ୍ ଦୁଃଖନାଶନ ମଲ୍ଲିକ, ଏକ୍ଟିଭ୍ ମେମ୍ବର ଗୌତମ ଚନ୍ଦନ,ସମାଜ ସେବୀ ଜିତୁ ସୁନା, ବିଦୁର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।














