No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନ ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ,ମନୋଜ ତାଣ୍ଡି, ସମାଜସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ।ଭିନ୍ନକ୍ଷମ ମାନଙ୍କୁ ସମାଜରେ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇଦେଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଶ୍ରୀ ଦାଶ ଦିବସର ତାତ୍ପର୍ଯ୍ୟ ଉପରେ ନିଜ ମତ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ପ୍ରଶ୍ନ ପଚାରି ପୁରସ୍କୃତ କରିଥିଲେ । ସେହିପରି ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ବ୍ଳକ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ଜଗବନ୍ଧୁ ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସିଆରସିସି ଦୀନେଶ ମହାନନ୍ଦ, ରମେଶ ସୁନା, ସୁନୀଲ ସାହୁ, ଜ୍ୟୋତି ବିକାଶ ବାରିକ ଯୋଗ ଦେଇଥିଲେ।

ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ, ତୁଳେଶ୍ୱରୀ ପାଇକ,ଅମରେନ୍ଦ୍ର ବାଗ,ଅନୁପ ଦାସ,ଗଜୟ ଦାଶ,ତୁଷାର କାନ୍ତ ବଡଜେନା,ସୁରେଶ ସାହୁ,ରମେଶ ସାହୁ,ସୁଶାନ୍ତ ପ୍ରଧାନ, ଟିକେଶ୍ୱର ବେହେରା, ଗୋବିନ୍ଦ ବେହେରା,ସୁଶାନ୍ତ ରାଉତ,ଜୀତେନ୍ଦ୍ର ନାଏକ,ବିଶ୍ୱରଞ୍ଜନ ଦାଶ,ସୁଜାତା ମହାନ୍ତି ସହଯୋଗ କରିଥିଲେ।ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ବାଟି ଚାମଚ,ଗୀତ,ମ୍ୟୁଜିକ ଚେୟାର ରେ ଅଂଶ ଗ୍ରହଣ କରିଥିଲେ।କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

No Result
View All Result