No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ୍ ଓ ରେଡରିବନ୍ କ୍ଲବ ଆନୁକୁଲ୍ୟରେ ଏଡସ୍ ସଚେତନତା ସଭା, ନାଟକ ଓ ପୁରସ୍କାର ବିତରଣ ଉତ୍ସବ ଆଜି କଲେଜ ଦୃଶ୍ୟଶ୍ରାବ ଗୃହ ଠରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଯୁବରେଡକ୍ରସର କାଉନସିିଲର ଅଧ୍ୟାପିକା ସରସ୍ୱତୀ ଦେଉରୀ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପଦ୍ମଲୋଚନ ପଣ୍ଡା ଯୋଗଦାନ କରି ଏଡସ୍ର ଉତ୍ପତି, ଭୟାବହତା, ରୋଗର ଲକ୍ଷଣ ଓ ନିରାକରଣ ପାଇଁ ବିଭିନ୍ନ ଉପାୟ ଉପରେ ବହୁ ଉଦାହରଣ ଦେଇ ସଚେନତା ହେବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏଡସ୍ ରୋଗରୁ କିପରି ଦୂରେଇ ହୋଇ ରହିପାରିଲେ ଏଥିରୁ ମୁକ୍ତି ମିଳପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶଶିଭୂଷଣ ମହାପାତ୍ର ଓ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଇ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଏଡସ୍ ଉପରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ୱରଜ ରାଉତ, ସୂର୍ଯ୍ୟକାନ୍ତ ସେଠୀ ଓ ତୃତୀୟ ଅନିଶା ପଣ୍ଡା, ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ଅଳକା ସାହୁ, ଦ୍ୱିତୀୟ ସ୍ୱୟଂପ୍ରଜ୍ଞା ଜେନା ଓ ତୃତୀୟ ସ୍ନିଗ୍ଧାରାଣୀ ରାଉତ ଏବଂ ସେହିପରି ଓଡ଼ିଆ ରଚନା ପ୍ରତିଯୋଗିତରେ ପ୍ରଥମ ସନ୍ଧ୍ୟାରାଣୀ ପାଇକରାୟ, ଦ୍ୱିତୀୟ ସ୍ୱରଜ ରାଉତ ଓ ତୃତୀୟ ସୂର୍ଯ୍ୟକାନ୍ତ ସେଠୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ଏଡସ୍ ସଚେତନତା ଉପରେ ଏକ ସଚେତନତା ଧର୍ମୀ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶେଷରେ ଅନ୍ୟତମ କାଉନସିଲର ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result