No Result
View All Result
ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ, ଓଡିଶାଙ୍କ ସଂଯୁକ୍ତ ଉଦ୍ୟମରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ୨୦୨୫ ତା୨୭ ନଭେମ୍ବର ୨୦୨୫ ରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଅଛି ।
ଏହି ଉତ୍ସବର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କର ସାହିତ୍ୟିକ, ସାଂସ୍କୃତିକ, କଳାକୌଶଳ, ସଙ୍ଗୀତ ଓ ନେତୃତ୍ୱ ସମ୍ଭାବନାକୁ ଉତ୍ସାହିତ ଓ ପ୍ରଚାର କରିବା । ଜିଲ୍ଲାର ବିଭିନ୍ନ ଶିକ୍ଷା ସଂସ୍ଥା ଓ ଯୁବ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଉତ୍ସବରେ ଆୟୋଜିତ କିଛି ପ୍ରମୁଖ ବିଭାଗରେ ଯଥା
• ଅଭିଭାଷଣ
• କବିତା ଲିଖନ
• ଗଳ୍ପ ଲିଖନ
• ଚିତ୍ରାଙ୍କନ
• ବିଜ୍ଞାନ ମେଳା
• ଲୋକ ସଙ୍ଗୀତ
• ଲୋକ ନୃତ୍ୟ ପ୍ରଭୃତି
ଏହି ଉତ୍ସବ ମାଧ୍ୟମରେ ଜିଲ୍ଲାସ୍ତରରୁ ଚୟନିତ ପ୍ରତିଭାଶାଳୀ ଯୁବମାନେ ପରବର୍ତ୍ତୀ ରାଜ୍ୟସ୍ତରୀୟ ଯୁବ ଉତ୍ସବ ୨୦୨୫ ରେ ନୟାଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅରିତିକ୍ତ ଜିଲ୍ଲାପାଳ ଶ୍ରୀମତି ରୋଜିନା ଦାସ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର, ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ ଅଧ୍ୟକ୍ଷ, ଶ୍ରୀ ବିପିନ ବିହାରୀ ପଟ୍ଟନାୟକ ଏବଂ ଶ୍ରୀମତି ସୁଜାତା କୁମାରୀ ସାହୁ, ଜିଲ୍ଲା କ୍ରିଡା ଅଧିକାରୀ, ନୟାଗଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୮୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ ଏବଂ କୃତିତ୍ଵ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result