ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ ଆନୁକୁଲ୍ୟରେ ନିର୍ଦ୍ଦେଶିକା ଅରୁଣିମା ନନ୍ଦଙ୍କ ପରିଚାଳନାରେ ପେଣ୍ଠକଟା ବସ୍ତିରେ ଦରକାର ହେଲେ ନିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିବ ଲୋକ ମାନଙ୍କ ପାଇଁ ପୁରୁଣା ସାର୍ଟ ପ୍ଯାଣ୍ଟ ଲୁଗା ବ୍ୟବହାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଏହି ପୁରଣା ବସ୍ତ୍ର ପରିଧାନ କରିବା ସହ ଲୋକ ମାନଙ୍କୁ ସଚେତନ କରିଥିଲେ । ଘରେ ରଖିଥିବା ପୁରୁଣା ସାର୍ଟ ପ୍ଯାଣ୍ଟ ଓ ଲୁଗା ସାଇତି ରଖନ୍ତୁ ଏହା ଅନ୍ଯ ମାନଙ୍କର ଉପକାରେ ଆସିବ । ବସ୍ତିର ଗରିବ ଲୋକମାନଙ୍କୁ ବସ୍ତ୍ର ପିନ୍ଧାଇ ସେମାନଙ୍କ ମୁହଁରେ ହସ ଦେଖିବା ପାଇଁ ଏହି ଅନୁଷ୍ଠାନର ଉଦ୍ଯମ ଜାରି ରହିଛି ।















