ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲାର ଆର୍, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିକୁ ଜଏଣ୍ଟ ସେକ୍ରେଟାରୀ ମହୋଦୟା ଶ୍ରୀମତି ରୂପା ମିଶ୍ର ପରିଦର୍ଶନରେ ଆସି ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ତତ୍ ପରେ ଶ୍ରେଣୀ ଗୃହ ପରିଦର୍ଶନ ଅବସରରେ ପିଲାମାନଙ୍କ ସହିତ ମଧୁର ଆଳାପ କରି ପାଠ ପଢା, ଜୀବନର ଲକ୍ଷ୍ୟ ଆଦି ବିଷୟରେ ପଚାରି ବୁଝି ମାର୍ଗ ଦର୍ଶନ ଦେଇଥିଲେ ।

ବିଦ୍ୟାଳୟର ପରିବେଶ , ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହିତ ପିଲାମାନଙ୍କୁ ପାଠ ପଢ଼ାଇବାର କୌଶଳ କୁ ମଧ୍ୟ ପରଖି ଥିଲେ । ପିଲା ମାନଙ୍କର ଉତ୍ତର ଦେବା ଶୈଳୀ ଏବଂ ପିଲାମାନଙ୍କର ଭଦ୍ର ନମ୍ର ବ୍ୟବହାର ତାଙ୍କୁ ଅଧିକ ଆକୃଷ୍ଟ କରିପାରିଥିଲା । ଏହି ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ମଧ୍ୟ ଉପସ୍ଥିତ ରହି ଏହି ସମସ୍ତ ବିଷୟ ବସ୍ତୁ ଅନୁଧ୍ୟାନ କରିଥିଲେ ।















