ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଡ. ଅନାମ ବେହେରା, ଡ. ସତ୍ୟନାରାୟଣ ମିଶ୍ର ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ପାନର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର କହିଥିଲେ ଯେ ଓଡ଼ିଆ ମାନେ ହିଁ ମହାଭାରତୀୟ ଜାତୀୟ ଚେତନାର ଜନ୍ମଦାତା । ଓଡିଆ ମାନେ ହିଁ ସମନ୍ୱୟ-ସଦ୍ଭାବନା-ସଂପ୍ରୀତି ଓ ଶାନ୍ତିର ବାର୍ତ୍ତା ଦେଇଆସିଛନ୍ତି । ଓଡିଆ ମାନେ ମୁକ୍ତିକାମୀ ଚେତନାର ଅଗ୍ରଦୂତ ଓ ମହାମାନବୀୟ ଚିନ୍ତା-ଚେତନାରେ ଜଗତକୁ ଉଦବୁଦ୍ଧ କରିଆସିଛନ୍ତି । ଶିକ୍ଷା ଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଓ ବିଶ୍ୱକୁ ଶୁଣାଇଥିଲେ ଅମୃତର ବାର୍ତ୍ତା ।
ପ୍ରକୃତରେ ପ୍ରାଚୀନ ଓଡ଼ିଶା ଥିଲା ଏକ ଅତୁଳନୀୟ ଭୂଖଣ୍ଡ ଓ ପ୍ରାଚୀନ ଓଡ଼ିଆମାନେ ଥିଲେ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରର ବାହକ । ସମ୍ପାନର ସମ୍ମାନନୀୟ ଅତିଥି ବିଭାଗୀୟ ଉପଶାସନ ସଚିବ ଶ୍ରୀମତୀ ସଂଙ୍ଘମିତ୍ରା ବେହେରା ସଂପାନ ଅବସରରେ ସମସ୍ତ ବୁଦ୍ଧିଜୀବି, ଐତିହାସିକ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ, ଗବେଷକ ଏବଂ ପତ୍ରକାରମାନଙ୍କୁ ସ୍ୱାଗତ କରିବା ସହ ଅଭିବାଦନ ଜଣାଇଥିଲେ । ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସମ୍ପାନ ସାଙ୍ଗ କରାଯାଇଥିଲା ।

© 2023 Odisha Taza News.