• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଗାମୀ ପିଢ଼ିଙ୍କ ଚିନ୍ତାଧାରକୁ ସଶକ୍ତ କରିବା, ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବୋତ୍ତମ

Proprietor Abhimanyu Maharana by Proprietor Abhimanyu Maharana
November 29, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
EMPOWERING THE NEXT GENERATION, ODIAPRENEUR, ODISHA & ‘S LARGEST HACKATHON, READY
Share on FacebookShare on TwitterWhatsapp

ପ୍ରଦର୍ଶନ ଆଣିବା ପାଇଁ ଓଡ଼ିଶାର ସର୍ବବୃହତ ହାକାଥନ୍ ପ୍ରସ୍ତୁତ ୩,୦୦୦ ଛାତ୍ରଛାତ୍ରୀ ଓ ୯୦୦+ ଚିନ୍ତାଧାରା ସହ ଆସନ୍ତାକାଲିକୁ ରୂପ ଦେଉଛି l

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟମିତା ପାର୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ‘ଓଡିଆପ୍ରେନିଅର’ ହାକାଥନ୍‌ର ଆୟୋଜନ କରୁଛି। ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଜୀବନ ସମସ୍ୟାର ସୃଜନଶୀଳ ସମାଧାନ ପ୍ରଦର୍ଶନ କରିବା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର (ଡିଏଚ୍ଏସ୍ଇ) ନିର୍ଦ୍ଦେଶିକା ଆଇଏଏସ୍ ଶ୍ରୀମତୀ ନିୟତି ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ୍) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଆଇଏଏସ୍ ଶ୍ରୀମତୀ ସ୍ମିତା ରାଉତ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ, ଆଇଆଇଟି ଭୁବନେଶ୍ବର ଆସୋସିଏଟ୍ ପ୍ରଫେସର ଡ. ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡିସେମ୍ବର ୨୦୨୫ ଓ ଜାନୁୟାରୀ ୨୦୨୬ରେ ଆୟୋଜିତ ହେବାକୁ ଥିବା ଏହି ହାକାଥନ୍‌ରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ୯୦୦ରୁ ଅଧିକ ନୂତନ ଚିନ୍ତାଧାରା ଆସିବ ବୋଲି ଆଶା କରାଯାଉଛି ।

ୟୁନିସେଫ୍ ଶିଳ୍ପ ଏବଂ ଶିକ୍ଷା ପରାମର୍ଶଦାତାମାନେ ମଧ୍ୟ ଏହି ପ୍ରୟାସକୁ ସହଯୋଗ କରି ଅଂଶଗ୍ରହଣକାରୀମାନଙ୍କୁ ମାର୍ଗଦର୍ଶନ ଏବଂ ସହାୟତା ପ୍ରଦାନ କରିବେ | ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚ୍ଏସ୍ଇ) ନିର୍ଦ୍ଦେଶିକା ଆଇଏଏସ୍ ଶ୍ରୀମତୀ ନିୟତି ପଟ୍ଟନାୟକ ଏହି ପ୍ରକଳ୍ପ ସମ୍ପର୍କରେ ଆଲୋଚନା ଅବସରରେ କହିଛନ୍ତି ଯେ, “ଓଡିଆପ୍ରେନିଅର ଭାବେ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ୩.o, ଯୁବବର୍ଗଙ୍କଠାରୁ ସର୍ବୋତ୍ତମ ଅଭିନବ ଚିନ୍ତାଧାରା ଆଣିବାକୁ ଲକ୍ଷ୍ୟ ରଖିଛି ।

ଏହି ପ୍ରକଳ୍ପ ଅଭିନବ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ଅଭିଜ୍ଞତାରୁ ଶିଖିବା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ।“ ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ କହିଛନ୍ତି ଯେ, "ଏହି ଅଭିନବ ହାକାଥନ୍‌ ଆୟୋଜନ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ସହିତ ସହଭାଗିତା କରି ଆମେ ଉତ୍ସାହିତ ।

ଏହା ଆମର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ ଭାବରେ ଚିନ୍ତା କରିବା ଏବଂ ବାସ୍ତବ ଦୁନିଆର ସମସ୍ୟାର ସମାଧାନ ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।“ “ଓଡ଼ିଶାର ପରବର୍ତ୍ତୀ ପିଢ଼ିର ଉଦ୍ଭାବକମାନଙ୍କୁ ସଶକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହିତ ସହଭାଗୀ ହୋଇ ଆଇଆଇଟି ଭୁବନେଶ୍ୱର ଅତ୍ୟନ୍ତ ଆନନ୍ଦିତ । ଏହି ହାକାଥନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରତିଭା, ସୃଜନଶୀଳତା ଏବଂ ସମସ୍ୟା ସମାଧାନ କୌଶଳ ପ୍ରଦର୍ଶନ କରିବା ଲାଗି ଏକ ମଞ୍ଚ ପ୍ରଦାନ କରିବ ଏବଂ ଆମେ ସେମାନଙ୍କୁ ଉତ୍କର୍ଷତା ଦିଗରେ ମାର୍ଗଦର୍ଶନ କରିବା ଲାଗି ଆଗ୍ରହୀ” ବୋଲି ଆଇଆଇଟି ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଡ. ନରେଶ ଚନ୍ଦ୍ର ସାହୁ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧,୫୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞ୍ଜୀକରଣ ସହିତ ଓଡିଶାର ୩୦ ଟି ଜିଲ୍ଲାରେ ପଞ୍ଜୀକରଣ ସହିତ ଏହି ହାକାଥନ୍ ଆରମ୍ଭ ହେବ । ୩,୦୦୦ ଅଭିନବ ଚିନ୍ତାଧାରା ଗ୍ରହଣ କରିବାର ଆଶା ସହିତ ଏହି ପଦକ୍ଷେପ ୩୦ ଟି ଜିଲ୍ଲା ସ୍ତରୀୟ ହାକାଥନ୍‌ରେ ଶେଷ ହେବ, ଯେଉଁଠାରେ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ୩ ଟି ଦଳ ରାଜ୍ୟସ୍ତରୀୟ ହାକାଥନ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ରାଜ୍ୟସ୍ତରୀୟ ଅନ୍ତିମ ପ୍ରଦର୍ଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କ ବୈଷୟିକ ସହାୟତା ଏବଂ କାର୍ଯ୍ୟକାରିତା ପାରଦର୍ଶିତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଛାତ୍ରଛାତ୍ରୀମାନଙ୍କର ଅଭିନବ ସମାଧାନ ଏବଂ ଉଦ୍ୟୋଗୀ ଭାବନାକୁ ସ୍ୱୀକୃତି ଦେଇ ଉଭୟ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ନଗଦ ପୁରସ୍କାର ପ୍ରଦାନ କରାଯିବ ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍‌ ୩.o, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ଏଥିରେ ଓଡ଼ିଶା ରାଜ୍ୟ ସମ୍ପର୍କିତ ଆହ୍ୱାନ ଏବଂ ବିଶ୍ୱସ୍ତରୀୟ ଅବଧାରଣା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଛାତ୍ରଛାତ୍ରୀମାନେ www.odiapreneur.in ୱେବ୍ ପୋର୍ଟାଲରେ ସେମାନଙ୍କର ଚିନ୍ତାଧାରା ପଞ୍ଜିକୃତ କରିପାରିବେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

May 10, 2026
ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

May 10, 2026
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

May 10, 2026
ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version