ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସେହିଭଳି ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ତତ୍ ସହିତ କର୍ମଚାରୀ ମଧ୍ୟ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।















