ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକ ଅଧାରୁ ଉଠି ପଳାଇଲେ ୧ ନଂ.ୱାର୍ଡ଼ ର କାଉନସିଲର ଅଜୟ କୁମାର ଦିଗାଳ। ସେ ଅଭିଯୋଗ କରିଛନ୍ତି ଯେ, ବୈଠକରେ କୌଣସି ତଥ୍ୟ ମାଗିଲେ ଦେଉନାହାନ୍ତି ।















