No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଦିନ କୁ ଦିନ ସମାଜରେ ଚୋରି ବଢ଼ିବାରେ ଲାଗିଛିସେଇଭଳି ଏକ ମାମଲା ଚଳିତ ବର୍ଷ ଜୁଲାଇ ମାସରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବାକିଟି ସାହିରେ ଘଟିଯାଇଥିଲା । ଏହି ମାମଲାର ଶୁଣାଣି କରି ଆଜି ପାରଳାଖେମୁଣ୍ଡି ଏସଡ଼ିଜେଏମ୍ ଶ୍ରୀମତି ବିଷ୍ଣୁପ୍ରିୟା ସାମନ୍ତରାୟ ମୁଖ୍ୟ ଅଭିଯୁକ୍ତ ଆର. ଉଦୟଗିରି ଥାନା ଅନ୍ତର୍ଗତ ବେତାର ସିଂ ନିବାସୀ ଗୌରୀ ଶଙ୍କର ନାୟକଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୩(୨) ରେ ଦୋଷୀ ସାବ୍ୟସ୍ତ କରି ୬ ମାସର ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି ।
ସରକାରଙ୍କ ପକ୍ଷରୁ ଏପିପି ଏଲ. ସଞ୍ଜୟ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଏହି ବର୍ଷ ଜୁଲାଇ ୨୮ ତାରିଖ ଦିନ ରାତି ୧୦ଟା ସମୟରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବାକିଟି ସାହିର ଅଭିଯୋଗକାରୀ ଏନ. ରବି ଯେତେବେଳେ ଘର ବାହାରେ ନିଜର ହିରୋ ଏଚ.ଏଫ. ଡିଲକ୍ସ ମୋଟର ସାଇକେଲ ରଖି ଶୋଇବାକୁ ଯାଇଥିଲେ ଓ ରାତି ୨ଟାରେ ଉଠି ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ଗାଡିକୁ କେହି ତିନି ଜଣ ଦୁବୁର୍ତ୍ତ ନେଇଯାଉଥିବାର ଦେଖି ସେ ସେମାନଙ୍କୁ ଅଟକାଇ ରଖିବାକୁ ଚେଷ୍ଟା କରିବା ସମୟରେ ସେ ଉପରୋକ୍ତ ଅଭିଯୁକ୍ତଙ୍କୁ ଧରିପାରିଥିଲେ ଓ ଅନ୍ୟ ଦୁଇଜଣ କୌଶଳ କ୍ରମେ ଖସିପଳାଇଥିଲେ।
ପରେ ଏହି ମାମଲାକୁ ନେଇ ତା ୨୯-୭-୨୦୨୫ରିଖ ଦିନ ସକାଳ ସମୟରେ ସ୍ଥାନୀୟ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୭୨ରେ ସେ ଏକ ମାମଲା ରୁଜୁ କରିଥିଲେ। ପାରଳାଖେମୁଣ୍ଡି ଥାନାର ଏସ.ଆଇ. ବଳରାମ ବେହେରା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ତଥା ୫ଜଣ ଅନ୍ୟ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଛଅ ମାସର ସଜା ଶୁଣାଇଛନ୍ତି।

No Result
View All Result