• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଦ୍ରୌପଦୀ ମୁର୍ମୁଜୀଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମାନ୍ୟବର ବାଚସ୍ପତିଙ୍କର ସ୍ୱାଗତ ଭାଷଣ

Proprietor Abhimanyu Maharana by Proprietor Abhimanyu Maharana
November 27, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଦ୍ରୌପଦୀ ମୁର୍ମୁଜୀଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମାନ୍ୟବର ବାଚସ୍ପତିଙ୍କର ସ୍ୱାଗତ ଭାଷଣ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ ପାଟି ମହୋଦୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ,

ମାନ୍ୟବର ବିରୋଧୀଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଏଠାରେ ଉପସ୍ଥିତ ମନ୍ତ୍ରୀମଣ୍ଡଳର ମାନ୍ୟବର ସମସ୍ତ ସଦସ୍ୟ ଓ ସଦସ୍ୟ ବୃନ୍ଦ,

 

ଏଠାରେ ଉପସ୍ଥିତ ମନ୍ତ୍ରୀମଣ୍ଡଳର ମାନ୍ୟବର ସମସ୍ତ ସଦସ୍ୟ ଓ ସଦସ୍ୟ ବୃନ୍ଦ,ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମହୋଦୟ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟ, ସଦସ୍ୟ ବୃନ୍ଦ, ମାନ୍ୟବର ଓଡିଶା ରାଜ୍ୟର ସମସ୍ତ ସାଂସଦ ଗଣ ଉପସ୍ଥିତ ଓଡ଼ିଶା ବିଧାନସଭାର ପୂର୍ବତନ ସଦସ୍ୟ,

ସଦସ୍ୟ ବୃନ୍ଦ, ରାଷ୍ଟ୍ରପତି ଭବନର ସମସ୍ତ ପଦାଧିକାରୀ, ଓଡ଼ିଶା ସରକାରଙ୍କର ପଦାଧ୍ୟାକାରୀ ବୃନ୍ଦ, ଶ୍ରଦ୍ଧେୟ ଓଡିଶା ବିଧାନସଭାର ସଚିବ ସଂସଦ ଟିଭି, ଦୂରଦର୍ଶନ ଓ ଗଣମାଧ୍ୟମର ପ୍ରତିନିଧିଗଣ, ଏ ପବିତ୍ର ଗୃହରେ ଉପସ୍ଥିତ ଅନ୍ୟାନ୍ୟ ସମସ୍ତ ସମ୍ମାନିତ ଅତିଥ୍ବୃନ୍ଦ ।

ଜୟ ଜଗନ୍ନାଥ, ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥ୍ଙ୍କୁ ମୋର ସାଦର ନମସ୍କାର । ଓଡ଼ିଶା ବିଧାନସଭା, ଗଣତନ୍ତ୍ରର ପୁରାତନ ମନ୍ଦିରର ଆଜି ଏହି ଐତିହାସିକ ଦିବସରେ ଓଡ଼ିଶା ମାଟିର ସୁକନ୍ୟା, ଗଣତନ୍ତ୍ରର ଧ୍ଵଜାଧାରୀ ସମ୍ରାଟ୍ ଐର ଖାରବେଳଙ୍କର ଦାୟଦ୍ର, ଭଞ୍ଜ ମାଟିର ଗର୍ବ ଓ ଗୌରବ, ଓଡ଼ିଶା ଜନଜାତି ସମ୍ପ୍ରଦାୟର ଶ୍ରେଷ୍ଠ ଓ ସୁଯୋଗ୍ୟ ସନ୍ତାନ, ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ, ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱାଗତ, ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି ।

 

ଓଡ଼ିଶା ବିଧାନସଭାର ସମୃଦ୍ଧ ଓ ଗୌରବମୟ ଇତିହାସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କର ଏହି ଐତିହାସିକ ସମ୍ବୋଧନ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ସଂଯୋଗ କରିବ । ଓଡ଼ିଶା ଗଣତନ୍ତ୍ର ଇତିହାସରେ ଏହା ଏକ ନୂତନ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ । ବାସ୍ତବିକ ରାଇରଙ୍ଗପୁରରୁ ଓଡ଼ିଶା ବିଧାନସଭା ଓ ଝାଡଖଣ୍ଡ ରାଜଭବନ ମଧ୍ୟ ଦେଇ ରାଇସିନା ହିଲ୍ କୁ ଆପଣଙ୍କର ରାଜନୈତିକ ଯାତ୍ରା ଏକ ସାହସ, ସଂଘର୍ଷପୂର୍ଣ୍ଣ, ପ୍ରେରଣାଦାୟୀ ଓ ଦୃଢମନା ବ୍ୟକ୍ତିତ୍ଵର ବାର୍ତ୍ତା ଦେଇ ଭାରତବାସୀଙ୍କ ମଧ୍ୟରେ ଅପାର ଉତ୍ସାହ ଓ ସମ୍ଭାବନା ସୃଷ୍ଟି କରିଛି ।

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର “ଏକଲା ଚଲୋ” ନୀତି ଆପଣେଇ, ଆପଣ ଆପଣଙ୍କ ଯାତ୍ରାକୁ ଅଭୁତପୂର୍ବ ଓ ଗୌରବମୟ କରିପାରିଛନ୍ତି । ଆପଣ କେବଳ ଭାରତର ପ୍ରଥମ ମହିଳା, ରାଷ୍ଟ୍ରର ପ୍ରଥମ ନାଗରିକ, ଜଳ, ସ୍ଥଳ ଓ ଆକାଶବାହିନୀର ମୁଖ୍ୟ ନୁହଁନ୍ତି, ବରଂ ଆପଣ ଓଡ଼ିଶାର ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବେ 2007 ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ, ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ,ଭାରତବର୍ଷର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ,

 

ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ପ୍ରଥମ ମହିଳା , ଭାରତର ସର୍ବକନିଷ୍ଠ ରାଷ୍ଟ୍ରପତି ଏବଂ ଦେଶର 10 ଟି ବିଧାନସଭାକୁ ସମ୍ବୋଧୃତ କରିବାରେ ପ୍ରଥମ ରାଷ୍ଟ୍ରପତି ହୋଇ ପାରିଛନ୍ତି । ଆପଣ ଓଡ଼ିଶା ତଥା ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଛନ୍ତି । ବିଧାୟକ ମାନଙ୍କୁ ଅପାର ପ୍ରେରଣା ପ୍ରଦାନ କରିଛନ୍ତି । 2000 ରୁ 2009 ମଧ୍ୟରେ ଦୁଇ ଥର ଓଡ଼ିଶା ବିଧାନସଭାର ସଦସ୍ୟା ଥିଲା ବେଳେ,

ରାଜ୍ୟର ବିକାଶ ତଥା ଜନଜାତିଙ୍କର ଆର୍ଥିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ଆପଣଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଜଣେ ମନ୍ତ୍ରୀ ଭାବରେ ଆପଣଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ମାର୍ଗଦର୍ଶନ ଆଜି ମଧ୍ୟ ଅନନ୍ୟ । ମହିଳା ଓ ଶିଶୁ ବିକାଶ କମିଟୀ ର ସଦସ୍ୟା ଏବଂ ଗୃହ ବିଭାଗରେ ସ୍ଥାୟୀ କମିଟୀର ଅଧକ୍ଷ୍ୟା ଭାବରେ ମହିଳା ଓ ଶିଶୁଙ୍କ କଲ୍ୟାଣ ସମ୍ପର୍କିତ ଆପଣଙ୍କ ବିଚାର ଓ ପରାମର୍ଶ କମିଟି ବ୍ୟବସ୍ଥା (System) କୁ ପରିପୃଷ୍ଟ କରି ପାରିଛି । ମହୋଦୟା, ଭାରତବର୍ଷର “ମହାମହିମ ରାଷ୍ଟ୍ରପତି” ହିସାବରେ ଆପଣଙ୍କର କାର୍ଯ୍ୟକଳାପ ସର୍ବଜନାଦୃତ ।

ଗଣତନ୍ତ୍ରର ରକ୍ଷକ ତଥା ସମ୍ବିଧାନର ପରିଚାଳକ ଭାବରେ ଆପଣ ଏକ ସମୃଦ୍ଧମୟ ପରମ୍ପରା ସୃଷ୍ଟି କରି ପାରିଛନ୍ତି । ଜଳ, ସ୍ଥଳ, ଆକାଶ ବାହିନୀର ମୁଖ୍ୟ ହିସାବରେ ରାଫେଲ୍ ଓ ସୁଖୋଇ ଯୁଦ୍ଧ ବିମାନରେ ବରଫାବୃତ ସିଆଚୀନକୁ ଆପଣଙ୍କର ଗୌରବମୟ ଯାତ୍ରା କେବଳ ତିନି ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କର ମନୋବଳକୁ ଦୃଢ କରିଥିଲା ତା ନୁହେଁ ବରଂ ଆପଣ ଯେ ମହିଳା ସଶକ୍ତିକରଣର ସର୍ବୋତ୍ତମ ଉଦାହରଣ ତାହା ସଗର୍ବେ ପ୍ରମାଣିତ ହୋଇଛି ।

 

ରାଷ୍ଟ୍ରର ମୁଖ୍ୟ ହିସାବରେ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବିଦେଶରେ ପ୍ରଚାର ଓ ପ୍ରସାର ଦିଗରେ ଆପଣଙ୍କର ବୈଦେଶିକ ଓ ଆନ୍ତର୍ଜାତୀୟ ଯାତ୍ରା ଅନନ୍ୟ । ଆପଣଙ୍କର ସାମ୍ବିଧାନିକ କର୍ଭବ୍ୟ-ନିଷ୍ଠା ବିରଳ । ସମ୍ବିଧାନର ୧୪୩ ଅନୁଚ୍ଛେଦ ଅନୁସାରେ ମଇ, ୨୦୨୫ରେ ସୁପ୍ରିମକୋର୍ଟଙ୍କୁ ଆପଣଙ୍କର ରାଷ୍ଟ୍ରପତିୟ ମତାମତ ଆବେଦନ (Presidential Reference) ଓ ମାନ୍ୟବର ସୁପ୍ରିମକୋର୍ଟଙ୍କର ତଦଜନିତ ଉତ୍ତର ଭାରତର ସାମ୍ବିଧାନିକ ଇତିହାସ ପାଇଁ ଗୁରୁତ୍ଵପୂର୍ଣ୍ଣ । ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ସୌହାର୍ଘ୍ୟପୂର୍ଣ୍ଣ ଭାବାବେଗ ସୃଷ୍ଟି କରିବାରେ ଏହା ସହାୟକ ହୋଇଅଛି ।

ମହାମହିମ ମହୋଦୟା, ବିଶ୍ୱ ଦରବାରରେ ଆମ ଓଡିଶାର ଗୌରବଶାଳୀ ଇତିହାସ, ବିଜ୍ଞାନ, କଳା ସଂସ୍କୃତି ଓ ସାହିତ୍ୟକୁ ଉପସ୍ଥାପନା କରି ଆପଣ ଓଡିଆ ଜାତିକୁ ନୂଆ ପରିଚୟ ଦେଇଛନ୍ତି । ସନ୍ଥକବି ଭୀମ ଭୋଇଙ୍କର ସେହି କାଳଜୟୀ ଉକ୍ତି- “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏହାକୁ ସଂସଦରେ ମିଳିତ ଅଧୀବେଶନରେ ଉପସ୍ଥାପନା କରି ଆପଣ ସ୍ଵକୀୟ ଜୀବନାଦର୍ଶ ପ୍ରତିପାଦିତ କରିଛନ୍ତି । ଆପଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହେଁ ଯେ, ଇତି ମଧ୍ୟରେ ଆପଣଙ୍କର ଏହି ପୁରାତନ କାର୍ଯ୍ୟକ୍ଷେତ୍ର ଓଡ଼ିଶା ବିଧାନସଭା,

ଏହାର ଗୌରବମୟ ଇତିହାସରେ ନୂତନ ପୃଷ୍ଠା ଯୋଡିଛି ଯେପରିକି  :-

1. ସର୍ବପ୍ରଥମ paperless (କାଗଜ ବିହୀନ) ଗୃହ ହୋଇ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେବା ସହ e-Vidhan, OSWAS ଓ Digital House ର ମାନ୍ୟତା ପାଇଛି ।

2. ସର୍ବାଧିକ ଦିନ ବିଧାନସଭା ଅବେଶନ ବସିବାରେ ସର୍ବଭାରତୀୟ ସ୍ତରରେ ରେକର୍ଡ଼ ସୃଷ୍ଟି କରିଛି ।

3. ଗୃହ ମଧ୍ୟରେ ବିଧାୟକ ମାନଙ୍କର ଉନ୍ନତ debate, deliberation and discussion ସହ discipline, decency and decorum ସର୍ବଭାରତୀୟ ସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ।

4. ନୂତନ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା (Artificial intelligence) ର ପ୍ରୟୋଗ ମଧ୍ୟ ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିଛି ।

ଆଜି ଆପଣଙ୍କର ଓଡ଼ିଶା ବିଧାନସଭାରେ ଏହି “ଐତିହାସିକ ଉଦବୋଧନ” ମନ୍ତ୍ରୀ, ବିଧାୟକ ଓ ଅନ୍ୟ ସମସ୍ତ ସମ୍ମାନନୀୟ ଅତିଥ୍ ମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଉତ୍ସାହ ସୃଷ୍ଟି କରିବ । ମୁଁ ବିଧାନସଭାର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ତରଫରୁ ଏହି ଅବସରରେ ହାର୍ଦ୍ଦିକ ସ୍ବାଗତ ଜଣାଉଛି ପରିଶେଷରେ ପବିତ୍ର ଗୃହ ତରଫରୁ ବିଶ୍ବନିୟନ୍ତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣଙ୍କର ରାଷ୍ଟ୍ର ଓ ସମାଜ ପ୍ରତି ଏହି ସମର୍ପଣ ଭାବ ବଜାୟ ରହୁ ଏବଂ ରାଷ୍ଟ୍ରପତି ଭାବେ ଅବଶିଷ୍ଠ ସମୟ ସମୁଜ୍ବଳ ହେଉ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

May 10, 2026
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026

Recent News

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

May 10, 2026
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version