ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ଼ ଖ୍ରୀଷ୍ଟିଆନ ସାହିର ବାସିନ୍ଦା ଶ୍ରମିକ କଂଗ୍ରେସର ବରିଷ୍ଠ ନେତା ସାମୁଏଲ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋତି ପ୍ରଧାନଙ୍କ ୩୮ ବର୍ଷ ବୟସରେ ଆଜି ସଂଧ୍ୟା ୬ ଟାରେ ଭିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛିl ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେl ଗତ ସପ୍ତାହରେ ଦେହ ଖରାପ ହେବାରୁ ତାଙ୍କୁ ଆଗରୁ ଚିକିଶ୍ଚିତ ହେଉଥିବା ଭିଶାଖାପାଟଣା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ସଂଧ୍ୟା ୬ ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ରୀତି ନୀତି ଅନୁଯାଇ ଶବ ସତ୍କାର କରାଯିବ ବୋଲି ସ୍ୱାମୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଖବର ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ ପ୍ରଚାରିତ ହେଲାପରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଶ୍ରୀମତୀ ଜ୍ୟୋତି ଅତ୍ୟନ୍ତ ମିଳାପି ସ୍ୱାଭାବର ଓ଼ ଖ୍ରୀଷ୍ଟିଆନ ଚାରିଟି ସୋସାଇଟିର ଜଣେ ଆଗଧାଡିର ସେବିକା।ତାଙ୍କ ମୃତ୍ତ୍ୟୁରେ ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଙ୍କ ପୌରହିତ ରେ ଏକ ଶୋକସଭା ଆୟୋଜନ କାରାଯାଇ ଥିଲା । କ୍ୟାଣ୍ଡେଲ ଜାଳି ଦୁଇ ମିନିଟ ନିରବ ପାର୍ଥନା ମାଧ୍ୟମରେ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ସଭାରେ କେନ୍ଦ୍ରୀୟ ପଦାଧିକାରୀ ସୁବ୍ରତ ପଣ୍ଡା, ସହ ସମ୍ପାଦକ ପ୍ରଦୀପ ସୁନ୍ଦରାୟ, ସୁନୀଲ ପରିଡା,ଜି ରାମମୋହନ ରାଓ,ବି ଆର ମୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ ।














