ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ୩ ଦିନ ଧରି ଶ୍ରୀକ୍ଷେତ୍ରରେ ଧୁମ୍ ଧାମରେ ପାଳନ ହେଉଛି । ଦୀପମାଳାରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଏହି ଅବସରରେ ପରମ୍ପରା ଅନୁଯାୟୀ ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପଯ୍ୟନ୍ତ ବଡ଼ଦାଣ୍ଡ ଦୀପ ଆଲୋକରେ ଝଲସି ଉଠିଥିଲା । ଏହି ଅବସରରେ ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟରର ତରଫରୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ନେଇ ସିଂହଦ୍ବାର ସମ୍ମୁଖ ଓ ବଡ଼ଦାଣ୍ଡରେ ସୁସ ଜ୍ଜିତ ଦୀପର ଆଲୋକମାଳାକୁ ବୁଲି ଦେଖି ଥିଲେ ।















