ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗୁରୁବାର ଏକ ମରାଣାତ୍ମକ ଆକ୍ରମଣ ମାମଲାର ବିଚାର କରି ବାଲିଗୁଡା ଅଦାଲତ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକା ୧ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି l ଅଭିଯୁକ୍ତ ଦ୍ୱୟ ହେଲେ ତୁମୁଡିବନ୍ଧ ଥାନା କେନ୍ଦୁପଡା ଅଞ୍ଚଳ ର ବିକ୍ରମ ଓରଫ ବଳରାମ ମାଝୀ ଏବଂ ପରମେଶ୍ୱର ପରାସେଠ । ଘଟଣା ରୁ ପ୍ରକାଶ ଯେ, ୨୦୧୯ ମସିହା ନଭେମ୍ବର ମାସ ୧୪ ତାରିଖ ରାତ୍ର ରେ ବଳରାମ ଓ ପରମେଶ୍ୱର ଦୁହେଁ ମିଶି ସାମୁଏଲ ନାୟକଙ୍କ ସହ କୌଣସି କାରଣ ରୁ ଝଗଡା ଲାଗିଥିଲେ, ତାହା ସାମାନ୍ୟ ପାଟିତୁଣ୍ଡ ରୁ ଏକ ବଡ ଧରଣର ଗଣ୍ଡଗୋଳ ହୋଇ ଏକ ଅସ୍ତ୍ର ସାହାଯ୍ୟରେ ମୁଣ୍ଡ ଓ ଗୋଡ଼କୁ ପିଟି ମୁର୍ମୁଷ ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇଥିଲେ l















