No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଦା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀ ଦେଉଳିଧରପୁର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟରାୟପୁର ଠାରେ ଶ୍ରୀ ମା ଅରବିନ୍ଦ ପାଠଚକ୍ର ଆନୁକୁଲ୍ୟରେ ଶ୍ରୀ ମା ଓୟେଲଫେୟାର ଫାଉଣ୍ଡେସନ ତରଫରୁ ସାହିତ୍ୟାୟନ କାର୍ଯ୍ୟକ୍ରମ ସଂସ୍ଥାର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀଧର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ନାରୀନେତ୍ରୀ ଶ୍ରୀମତୀ ଝିଲି ସାମନ୍ତରା ମୁଖ୍ୟଅତିଥି,ବିଜୟ କୁମାର ପରିଡ଼ା ମୁଖ୍ୟବକ୍ତା, ସର୍ବଶ୍ରୀ,ସୁମନ୍ତ କୁମାର ଜେନା, ବିଶ୍ବମ୍ବର ସାହୁ,ଶିଶୁ ସାହିତ୍ୟ ପତ୍ରିକା କୃପାନେତ୍ରର ସମ୍ପାଦକ ରବୀନ୍ଦ୍ର ନାଥ ପାତ୍ର,

କୃପାନେତ୍ରର ଉପଦେଷ୍ଟା ମାଗୁଣି ଚରଣ ସେଠୀ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏତାଦୃଶ୍ୟ ମହତ୍ ଉଦ୍ଦେଶ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରିତ୍ୟୋର କାମନା କରିଥିଲେ । ପ୍ରାରମ୍ଭରେ ଶ୍ରୀ ମା ଅରବିନ୍ଦଙ୍କ ଉପରେ ପାଠଚକ୍ର ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠ ଉତ୍ସବରେ ବିଶିଷ୍ଟ କବି ପଣ୍ତିତ ମୁରଲୀଧର ସାହୁ, ବାବାଜୀ ଭୋଇ, ପ୍ରଫୁଲ କୁମାର ଦାସ, ଧରଣୀଧର ସେନାପତି,ଅମଲେନ୍ଦୁ ମହାପାତ୍ର, ସଦାନନ୍ଦ ରାଉତରାୟ ,

ଶୁଭେନ୍ଦୁ ପ୍ରଧାନ ସମେତ କବୟିତ୍ରୀ ସରୋଜିନୀ ଆଚାର୍ଯ୍ୟ, ସିପ୍ରା ବିଶ୍ଵାଳ , ବାରିଦ୍ ପ୍ରଭା ମହାନ୍ତି ପ୍ରମୁଖଙ୍କ ସମେତ ତ୍ରୟ ମାସିକ ଶିଶୁ ପତ୍ରିକା “କୃପାନେତ୍ର “ର ବହୁ କବି ଓ କବୟିତ୍ରୀମାନେ ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିଲେ। ଏହି ସମାବେଶରେ ଶ୍ରୀ ମାଙ୍କ ଅନେକ ଭକ୍ତ, ବୁଦ୍ଧିଜୀବି, ଗ୍ରାମବାସୀ ମାନେ ଯୋଗଦେଇଥିଲେ ।

ଶେଷରେ ଅନୁଷ୍ଠାନ ପକ୍ଷରୁ କବି,କବୟତ୍ରି ଓ ସମାଜସେବୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା । ଏହି ଉପଲକ୍ଷେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଏପରି ସମାଜ କଲ୍ୟାଣ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ୍ ଜଣାଇଛନ୍ତୀ ।

No Result
View All Result