ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଶିଷ୍ଟ ରାଷ୍ଟ୍ର ନାୟକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଜନ୍ମ ତିଥିରେ ଶିଶୁ ଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଅଞ୍ଚଳ ର ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରୁ ଏକତ୍ରିତ ହୋଇ ବାହାରି ଏକ ବିରାଟ ଶୋଭାଯାତ୍ରା ରେ ନେହେରୁ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ବାଲିଗୁଡା ବଜାର ଛକରେ ଥିବା ନେହେରୁ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପର୍ଣ କରି ସମ୍ମାନ ଜଣାଇଥିଲେ l

ପରେ ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ପୁରସ୍କୃତ କରିଥିଲେ l ସେହିପରି ନିକଟସ୍ଥ ବଡଗାଁ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ସଭା ଗୃହ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା l















