No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କ୍ୟୁଏସ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଏସିଆରେ ୨୯୪ ତମ ସ୍ଥାନ ହାସଲ କରି ବହୁ ଲବ୍ଧା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ସମକକ୍ଷ ହୋଇପାରିଛି। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ସମ୍ମାନଜନକ ସ୍ଥାନରେ ରହିଛି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ନେଇ କ୍ୟୁଏସ୍ ପକ୍ଷରୁ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥାଏ। ଚଳିତବର୍ଷ ମଧ୍ୟ କ୍ୟୁଏସ୍ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଭାରତରେ ସମ୍ମାନଜନକ ସ୍ଥାନରେ ରହିଛି। ପୂର୍ବ ଭାରତରେ ମଧ୍ୟ କିଟ୍ ସର୍ବୋଚ୍ଚ ସ୍ଥାନ ବଜାୟ ରଖିଛି। ଏହି ସଫଳତା କିଟ୍ର ଉଚ୍ଚଶିକ୍ଷାରେ ଉତ୍କର୍ଷତା ପ୍ରତି ଉତ୍ସର୍ଗକୁ ପ୍ରତିପାଦିତ କରୁଛି। କ୍ୟୁଏସ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ।
ଚଳିତବର୍ଷ ୫୫୫ ନୂତନ ବିଶ୍ୱବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଟାଇମ୍ସଅ ହାଇୟର ଏଜୁକେସନ୍ ରାଙ୍କିଙ୍ଗରେ ମଧ୍ୟ କିଟ୍ ବିଶ୍ୱର ୫୦୧ କୋହର୍ଟରେ ରହିଥିବା ବେଳେ ସମଗ୍ର ଭାରତରେ ଶ୍ରେଷ୍ଠ ୫ମ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଥିଲେ। ଏହି ରାଙ୍କିଙ୍ଗ ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଅଧ୍ୟାପକ-ଛାତ୍ର ଅନୁପାତ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧ୍ୟାପକଙ୍କ ପ୍ରଶଂସା, ଅନ୍ତର୍ଜାତୀୟ ଫାକଲଟି, ଅନ୍ତର୍ଜାତୀୟ ଛାତ୍ର, ଅନ୍ତର୍ଜାତୀୟ ଛାତ୍ର ବିବିଧତା, ଅନ୍ତର୍ଜାତୀୟ ଗବେଷଣା ନେଟୱାର୍କ, ନିଯୁକ୍ତି ଫଳାଫଳ ଏବଂ ସ୍ଥାୟିତ୍ୱ ଆଦି ମାନଦଣ୍ଡକୁ ଭିତ୍ତିକରି ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଛି।
ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କ୍ୟୁଏସ୍ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କିଟ୍ର ଶୈକ୍ଷିକ ଉତ୍କର୍ଷତା କ୍ଷେତ୍ରରେ ନିରନ୍ତର ପ୍ରୟାସର ପ୍ରତିଫଳନ। ନିରବଚ୍ଛିନ୍ନ ଭାବେ ସମସ୍ତ ୱାଲ୍ର୍ଡ୍ ରାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ନିଜର ଉନ୍ନତ ରାଙ୍କ ବଜାୟ ରଖି ଓଡ଼ିଶାକୁ ଗୌରବାନ୍ୱିତ କରିଆସିଛି। କିଟ୍ ମାତ୍ର ୨୨ ବର୍ଷର ଏକ କନିଷ୍ଠତମ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଭଲ ପ୍ରଦର୍ଶନ କରି ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇପାରିଛି। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍ ଓ କିସ୍ର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି।

No Result
View All Result