ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଏକ ବନ ପାହାଡ଼ ଘେରା ଆଦିବାସୀ ବହୁଳ ଅଞ୍ଚଳ ଅଟେ. ଏହି ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ମଧରୁ ୫ ଗୋଟି ବ୍ଲକ ଆଦିବାସୀ ବହୁଳ ଓ ବନ ପାହାଡ଼ ଘେରା ବ୍ଲକ ଭାବେ ପରିଚିତ. ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ମଧ୍ୟ ଅନେକ ଗ୍ରାମକୁ ମୌଳିକ ସୁବିଧା ପାଦ ଚଲାରେ ଯିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ. ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଲୋବାଗୁଡା ଗ୍ରାମକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ. ଏହି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ପଡ଼ିଲା.















