ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଧର୍ମର ମାସ କହିଲେ କାର୍ତ୍ତିକ ମାସ କୁ ହିଁ ବୁଝାଏ । ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧା ଯାଇନାହିଁ । ଆମିଷ ପ୍ରେମୀ ମାନେ ଅପେକ୍ଷା କରିଛନ୍ତି ଛାଡଖାଇ କୁ। ଏଥର ପଞ୍ଚୁକ ଚାରିଦିନ । ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ୟକ୍ତି ମାନେ ଚିନ୍ତାରେ ପଡିଛନ୍ତି । ପ୍ରକୃତ ଛାଡଖାଇ ଆମିଷ ବିନା ମାଡ ଖାଇଗଲା ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଭୋଜିରେ ଆମିଷ ନହେଲେ ଅତିଥି ମାନଙ୍କ ସଂଖ୍ୟା କମି ଯିବାର ବହୁ ନଜିର ମଧ୍ୟ ରହିଛି ।
ମାର୍ଗଶୀର ମାସ ଗୁରୁବାର ପ୍ରଥମ ପାଳି ହୋଇଥିବାରୁ ଗୃହିଣୀ ମାନେ ଆଗରୁ ସତର୍କ କଲେଣି ଆମିଷ ନ ଆଣିବାକୁ । ଆମିଷ ଦର ମଧ୍ୟ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳବାସୀ ମାନେ ନିକଟସ୍ଥ ଆମିଷ ବଜାରରୁ ଆମିଷ କିଣିବେ । ହେଲେ ଏବେଠାରୁ ହିଁ କୁଇଣ୍ଟାଲ କୁଇଣ୍ଟାଲ ବଏଲର କୁକୁଡ଼ା ଗାଡି ଆସି ଗୋଦାମ ରେ ଷ୍ଟକ ରଖାଯାଉଛି l















