No Result
View All Result
ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କୃଷି ବିଜ୍ଞାନ କେନ୍ଦ୍ର ଗଜପତି ତରଫରୁ ରାମଗିରି ସ୍ତିତ ମହେନ୍ରଗିରି କୃଷକ ଉତ୍ପାଦକ ସଂଘ ସମିଳନୀ କକ୍ଷ ରେ ଏକ କୃଷକ ଉତ୍ପାଦକ କମ୍ପାନୀ ଗୁଡିକ ର ଏକ ଜ଼ିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜ଼ିଲ୍ଲାର ୭ଟି ଏଫପିଓ ୨୫ ଜଣ ସଦସ୍ୟ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନି ଡ୍ର ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।
କେନ୍ଦ୍ର ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼ ସଂଗ୍ରାମ ପରମଗୁରୁ ସଭା ର ଅଧ୍ୟକ୍ଷତା କରି , ଏହି ତାଲିମ ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ ଗୁଡିକୁ ସୁଦୃଢ କରି ସେମାନଂକୁ ବ୍ୟବସାୟିକ ମୋଡେଲ ଭାବରେ ଗଢା ଯିବ ବୋଲି ମତ ରଖିଥିଲେ। ଏଥି ସହିତ ସାମୁହିକ ଉତ୍ପାଦନ,ନୂତନ ବଜ଼ାର ରଣନୀତି, ରାଜ୍ୟ ଭିତରେ ଓ ବାହାରେ ବଜାର ସୃଷ୍ଟି କରି ଅଧିକ ଲାଭବାନ ସମ୍ବଧରେ ଆଲୋଚନା କରିଥିଲେ. ମହେନ୍ରଗିରି କୃଷକ ଉତ୍ପାଦକ ସଂଘ ର ସିଇଓ ତାଲିମ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

No Result
View All Result