ମହୋତ୍ସବକୁ ଏକଜୁଟ ହୋଇ ସଫଳ କରିବେ ନଗରବାସୀ
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ହେବାକୁ ଥିବା ମାଟିର ମହୋତ୍ସବ ପାଇଁ ସ୍ଥାନୀୟ ହରିଭବନ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କମିଟିର ସଭାପତି ବ୍ରଜଶ୍ୟାମ ଗୁରୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଶତାଧିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ସମ୍ପାଦକ ବେଦବ୍ୟାସ ନାଗ, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ବରିଷ୍ଠ ସଦସ୍ୟ ମନୋଜ ଦାସ, ଡିଆରୟୁସିସି ମେମ୍ବର ରାଜେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ ଓ କାଉନସିଲର ମାନେ ମଂଚସିନ ଥିଲେ ।

ଏହି ସାଧାରଣ ବୈଠକକୁ କମିଟିର ସହ ସମ୍ପାଦକ ଦିନେଶ୍ ମହାନନ୍ଦ ପରିଚାଳନା କରିଥିଲେ । ସେହିପରି ସମ୍ପାଦକ ଶ୍ରୀ ନାଗ ଏଥିରେ ପୂର୍ବ ବର୍ଷ ହୋଇଥିବା ମହୋତ୍ସବ ଉପରେ ଆଲୋଚନା କରିବା ସହ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ, ବରିଷ୍ଠ ସଦସ୍ୟ ମନୋଜ ଦାସ, ସମେତ ଅନ୍ୟ ଅତିଥି ମାନେ ମଧ୍ୟ ମାଟିର ମହୋତ୍ସବ ବିଷୟରେ କହିଥିଲେ ।

ପରେ ବିଧାୟକ ତଥା କମିଟିର ଅଧ୍ୟକ୍ଷ ଲକ୍ଷଣ ବାଗ ମାଟିର ମହୋତ୍ସବର କଥା କହି ଦ୍ଵିତୀୟ ବର୍ଷ ସମସ୍ତେ ମିଶି ସଫଳ କରିବାକୁ ଆହ୍ୱାନ ଦେଇ ମାଁ ଦ୍ୱାରସନୀ ମାଟି ରେ ଅଂଚଳର ସଂସ୍କୃତି, ଅତିହ୍ୟ, ମାଟିର ପୁଅ ଝିଅ ସାମିଲ ରହି ଏହି ସଂସ୍କୃତିକ ମହୋତ୍ସବ କୁ ଦୁଳକେଇ ଦେବା ପାଇଁ କହିଥିଲେ । କଣ୍ଟାବାଞ୍ଜି ସହରର ସମସ୍ତ ଅନୁଷ୍ଠାନ ଆଜିର ଏହି ବୈଠକ ରେ ସାମିଲ ହୋଇ ମହୋତ୍ସବ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ପରେ ସମ୍ପାଦକ ଶ୍ରୀ ନାଗ ଚଳିତ ବର୍ଷ କମିଟି ରେ ଥିବା ସମସ୍ତ ସଦସ୍ୟ ଙ୍କୁ ଗୁରୁଦାୟିତ୍ୱ ଦେଇ କାମ କରାଯିବ ଏବଂ ଏହି ମହୋତ୍ସବ କୁ ସଫଳ କରାଯିବ ବୋଲି କହିଛନ୍ତି । ଚଳିତ ବର୍ଷ ଅଂଚଳ ଅନେକ ସଂସ୍କୃତିକ ଦଳ କୁ ସଂମାନ ସହ ମଞ୍ଚ ରେ ସ୍ଥାନ ଦିଆଯିବ ଏବଂ ନିଜ କଲା ପ୍ରଦର୍ଶନ କରିବେ ବୋଲି ସ୍ଥିର କରାଯାଇଛି । ଆଗାମୀ ଜାନୁୟାରୀ ମାସ ୯ ରୁ ୧୧ ପର୍ଯ୍ୟନ୍ତ ହେବାକୁ ଥିବା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ଆୟୋଜିତ ହେବ ବୋଲି ସମସ୍ତ ଙ୍କୁ ସୂଚାଇ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ କଣ୍ଟାବାଞ୍ଜି ଏନଏସିର ଅନେକ କାଉନସିଲର ସାମିଲ ଥିଲେ । କମିଟିର ସମସ୍ତ ସଦସ୍ୟ ଏହି ସାଧାରଣ ବୈଠକରେ ଯୋଗ ଦେଇ ଏହି ମହୋତ୍ସବ କୁ ସଫଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପୁଷ୍ପକେତୁ ବେହେରା, ବିବେକ ଶର୍ମା,
ସଂଜୟ ଗାନ୍ଧୀ, ନିଶିକାନ୍ତ ମାହାପାତ୍ର, ବିଦେଶୀ ବେହେରା, କୈଳାସ ଦୀପ, ତୁଳସୀରାମ ଜଗତ, ରାଜେନ୍ଦ୍ର ବେହେରା, ପ୍ରକାଶ ପ୍ରଧାନ,ରାଜୁ ବାରିକ, ତପନ ବଏ, ପ୍ରମାନନ୍ଦ ପୁଟେଲ, ରୋହନ କୁମାର ମହତ, ମୋହନ ସୁନା, ସୋହନ ଗୁରୁ, ଗୁରୁ ଦୟାଲ ହଂସ, ପପୁ ଜୁଏଡ, ସୋମନାଥ ସାହୁ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।














