No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ସ୍ବର୍ଗତ ଗାନ୍ଧୀଙ୍କ ଦେଶ ମାତୃକା ପ୍ରତି ଅଦମ୍ୟ କାର୍ଯ୍ୟକ୍ରମ ତଥା ଦୃଢ଼ ନେତୃତ୍ବ ଭାରତକୁ ସାମରିକ ତଥା ଅର୍ଥନୈତିକ ଏବଂ ସାମାଜିକ ଉତ୍ତରଦାୟୀତ୍ବ ରାଷ୍ଟ୍ର ଭାବେ ଭାରତକୁ ବିଶ୍ବରେ ଏକ ଅଗ୍ରଣୀ ରାଷ୍ଟ୍ର ର ମାନ୍ୟତା ପ୍ରଦାନ କରିଥିଲା ।
ଆମେରିକା ର ଚାପକୁ ଭ୍ରୁକ୍ଷେପ ନକରି ଭାରତକୁ ରେ ଆଣବିକ ପରୀକ୍ଷଣ କରି ବିଶ୍ବ ନେତୃତ୍ବ ଙ୍କୁ ଚକିତ କରିଦେଇଥିଲେ । ସେହିପରି ପାକିସ୍ତାନର ଅତ୍ୟାଚାର ବିରୁଦ୍ଧରେ ସ୍ବତନ୍ତ୍ର ବାଙ୍ଗଲାଦେଶ ଗଠନ କରି ବାଙ୍ଗଳାଦେଶର ଅଧିବାସୀ ମାନଙ୍କୁ ନ୍ୟାୟ ପ୍ରଦାନ କରିଥିଲେ । ସେ ଜଣେ ମହିଳା ହୋଇ ଏପରି ବଳିଷ୍ଠ ଏବଂ ଦୃଢ଼ ନେତୃତ୍ବ ପାଇଁ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମାଁ ଦୁର୍ଗା ରୂପେ ସଂସଦରେ ଅଭିଭାଷଣରେ ଅଭିହିତ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଉତ୍ତମ ଆଚାର୍ଯ୍ୟ, ବିଶ୍ଵନାଥ ଦାଶ, ସରସ୍ବତୀ ପାତ୍ର, କାଳୀ ପ୍ରସାଦ ନାୟକ, ବିଦ୍ୟୃତଲତା ଆଚାର୍ଯ୍ୟ, ବିଭୁଦତ୍ତ ମିଶ୍ର, ସିତାକାନ୍ତ ମହାନ୍ତି, ରାଜା ମହାନ୍ତି, ଅବିନାଶ ମିଶ୍ର, ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ସ୍ବାଧୀନ କୁମାର ପଣ୍ଡା, ସୁକାନ୍ତ କୁମାର ପ୍ରଧାନ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୌମ୍ୟକାନ୍ତ ପ୍ରଧାନ, ଉମାକାନ୍ତ ବେହେରା, ଦୁର୍ଗାପ୍ରସାଦ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ତିଥି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ।

No Result
View All Result