ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା ପୁଲିସ ନିର୍ଦ୍ଦେଶ କ୍ରମେ ତୁରେକେଲା ପୁଲିସ ପକ୍ଷରୁ ତୁରେକେଲା ଯୁକ୍ତ ଦୁଇ କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ରାକେଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ପୁର୍ନନନ୍ଦ ପୁଟେଲ, ପୋଲିସ ଏସଡ଼ିପିଓ ଲଷ୍ମୀ ନାରାୟଣ ମାରାଣ୍ଡି, ବଲାଙ୍ଗିର ସାଇବର ଥାନା ଇନ୍ସପେକ୍ଟର ଅଲେଖ ଗରଦିଆ ,ବିଇଓ ଗୌତମ ପଟେଲ, ସରପଞ୍ଚ ଜଳନ୍ଧର ମହାକୁଡ଼,କଲେଜ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଅତିଥ୍ ଭାବେ ଯୋଗଦେଇ ସ୍ଥାନୀୟ ଲୋକ ,ଛାତ୍ରଛାତ୍ରୀ,

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବାକୁ ସଚେତନ କରିଥିଲେ। ଅନ୍ଲାଇନ୍ ଠକେଇ, ଋଣ ଠକେଇ, ଡିଜିଟାଲ୍ ଆରେଷ୍ଟ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ମୋବାଇଲରେ ଆସୁଥିବା ଅଜଣା ଲିଙ୍କ ନ ଖୋଲିବା ସମ୍ପର୍କରେ ସାଇବର ଥାନା ଇନ୍ସପେକ୍ଟର ଅଲେଖ ଗରଦିଆ ବୁଝାଇଥିଲେ।
ଠକେଇର ଶିକାର ହେଲେ ନିକଟସ୍ଥ ଥାନ କିମ୍ବା ସାଇବର ଥାନାରେ ଅଭିଯୋଗ ସହ ୧୯୩୦ ନମ୍ବରରେ ଫୋନ୍ କରି ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା।ଉପସ୍ଥିତ ସମସ୍ତଙ୍କୁ ନେଇ ସାଇବାର ସଚେତନତାକୁ ନେଇ ସପତ ପାଠ ମଧ୍ୟ କରାଯାଇଥିଲାସଚେତନତା ରଥର ପ୍ରୋଜେକ୍ଟର ମାଧ୍ୟମରେ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ନାଟକୀୟ ରୂପରେ ବଲାଙ୍ଗୀରର ଗୋଟିଏ ଦଳ ବହୁ ସୁନ୍ଦର ଭାବରେ ପ୍ରଦର୍ଶନ କରି ଉପସ୍ଥିତି ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ଥାନା ଅଧିକାରୀ ରାକେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।














