No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ର ବାର୍ଷିକ ମିଳନ ସମାରୋହ ସ୍ଥାନୀୟ ମିଶ୍ର ମିଳନ କୁଞ୍ଜ ଠାରେ ସଭାପତି ଚିନ୍ମୟ କୁମାର ଯୋଶୀ ଙ୍କ ଅଧ୍ୟକ୍ଷତା ରେ ବହୁ ଆଡମ୍ବର ସହକାରେ ତଥା ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି । ମିଳନ ଉତ୍ସବ ସହ ଏକ ସାଧାରଣ ବୈଠକର ଆୟୋଜନ ମଧ୍ୟ କରାଯାଇଥିଲା । ସମାରୋହ ରେ ମାତୃ ମଣ୍ଡଳୀଙ୍କୁ ନେଇ ଶକ୍ତିବାହିନୀ ଏବଂ ଯୁବବର୍ଗଙ୍କୁ ନେଇ ପର୍ଶୁରାମ ବାହିନୀ ଗଠନ ହୋଇଥିଲା ।
ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଠାକୁର ଶକ୍ତିବାହିନୀ ସଭାପତି ହୋଇଥିବା ବେଳେ ପର୍ଶୁରାମ ବାହିନୀ ପ୍ରମୁଖ ଭାବରେ ସଚ୍ଚିଦାନନ୍ଦ ମନୋନୀତ ହୋଇଥିଲେ । ସମାରୋହ ରେ ସମ୍ପାଦକ ସରୋଜ ପଣ୍ଡା, ଉପସଭାପତି ବିଜୟ ମିଶ୍ର, ସହସମ୍ପାଦକ ଜୟବ୍ରତ ସାହୁ, କୋଷାଧକ୍ଷ ଜନାର୍ଦନ ଠାକୁର,
ସହକୋଷଧକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ ସହ ପରାମର୍ଶ ଦାତା ପଦ୍ମ କିଶୋର ଠାକୁର, ପଦ୍ମମୁଖ ଶତପଥ୍, ଜଗନ୍ନାଥ ଠାକୁର, ସଞ୍ଜୟ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ପଣ୍ଡା, ନରୋତ୍ତମ ପଣ୍ଡା, ପ୍ରିୟବ୍ରତ ସାହୁ, ଦେବାଶିଷ ମିଶ୍ର, ରାଜେଶ ମିଶ୍ର, ସୋମନାଥ ପତ୍ର, ଜିତେନ୍ଦ୍ର ପଣ୍ଡା, ପ୍ରଭୂଦତ୍ତ ହୋତା, ରମେଶ ପୂଜାରୀ, ଦେବେନ୍ଦ୍ର ପଣ୍ଡା, ମନୋଜ ଠାକୁର, ମୋହନ ଖମାରି, ମାନସ ତ୍ରିପାଠୀ ସହିତ ବ୍ରାହ୍ମଣ ସମାଜର ଶତାଧୂକ ପରିବାରର ସଦସ୍ୟ ଉପସ୍ଥିତ ଥିଲେ ।

No Result
View All Result