No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ କୁ ମିଳିଛି ବଡ଼ ସଫଳତା । ଗତ ୬ତାରିଖରେ ସହରର ଆମପଡା ରେ ରହୁଥିବା ସୁଶାନ୍ତ ମହାନ୍ତି ଙ୍କ ଘରୁ ଚୋରି ହୋଇଥିଲା । ତେବେ ଏହି ଘଟଣା ରେ ଚୋର ମାନକୁ ଠାଵ କରିବାରେ ସଫଳ ହୋଇଛି କଣ୍ଟାବାଞ୍ଜି ପୁଲିସ । ଏନେଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛି କଣ୍ଟାବାଞ୍ଜି ପୁଲିସ । ସୂଚନା ଅନୁସାରେ ଶୁଶାନ୍ତ ଘରେ ନଥିବା ସମୟରେ ଜଗୁଆଳି ଚୁଡାମଣି ପୁଟେଲ ଘରକୁ ଜଗିଥିଲେ ।
ତେବେ ଦୃବୁତ ମାନେ ଘରେ ପଶି ଜଗୁଆଳି କୁ ପ୍ରଣାନ୍ତକ ଆକ୍ରମଣ କରିବା ପରେ ଘର ଭିତରେ ଥିବା ସାମଗ୍ରୀ ଚୋରି କରି ଗଡ୍ରେଜ ଦୁଇଟି ଭାଙ୍ଗି ସେଥିରୁ ସୁନା ହାର, ମୁଦି, ରୁପା ପାୟଲ ସହ ନଗତ ଟଙ୍କା ମଧ୍ୟ ଚୋରି କରି ନେଇଥିଲେ । ତେବେ ଘରେ ଥିବା କମ୍ପୁଟର, ଟ୍ୟାବଲେଟ, ମୋବାଇଲ ମଧ୍ୟ ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଇ ଥିଲେ । ଏହା ପରେ କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ ଏକ ଟିମ ଗଠନ କରି ଏହାର ତଦନ୍ତ କରିଥିଲେ ।
ତଦନ୍ତ ପରେ ଆଜି କଣ୍ଟାବାଞ୍ଜି ଥାନା କୁକୁଡାହାଡ଼ ଗାଁର ଉପେନ୍ଦ୍ର ପୁଟେଲ ଙ୍କ ପୁଅ ଭଜନ ପୁଟେଲ କୁ ଏହି ମାମଲା ରେ ଗିରଫ କରିଛି । ପରେ ପଚରାଉଚରା କରିବାରୁ ଏଥିରେ ଆଉ ଦୁଇଜଣ ସାମିଲ ଥିବା ଜଣାପଡିଛି । ଏହି ଚୋରିର ମାଷ୍ଟର ମାଇଣ୍ଡ କଣ୍ଟାବାଞ୍ଜି ଗୋରୁବଜାର ପଡାର ରାଜ ବନଛୋର ବାଇକ ଚୋରି ମାମଲା ରେ ଗତ ୮ ତାରିଖ ରେ କୋର୍ଟ ଚାଲାଣ ହୋଇ ଜେଲ ରେ ଅଛି । ଏହି ମାଷ୍ଟର ମାଇଣ୍ଡକୁ ମଧ୍ୟ ପୁଲିସ ରିମାଣ୍ଡ ରେ ଆଣି ପଚରାଉଚରା କରିବ ବୋଲି ଆଜି ସୂଚନା ଦେଇଥିବା ବେଳେ ଆଉ ଜଣେ ଚୋର କଣ୍ଟାବାଞ୍ଜି ବନ୍ଧପଡାର ପୁନମ ପାଣ୍ଡେ ଫେରାର ଥିବା କହିଛି ।
ଚୋର ମାନଙ୍କ ଠାରୁ ୨୧ଗ୍ରାମ,୮ଗ୍ରାମ ଓ ୧.୫ ଗ୍ରାମ ସୁନା ଜବତ କରିବା ସହ ସମସାଙ୍ଗ ଟେବ୍ଲେଟ, ଗୋଟେ ମୋବାଇଲ ଜବତ କରିଛି । ଆହୁରି ମଧ୍ୟ ଚୋରି ସାମଗ୍ରୀ ଜବତ ହେବ ବୋଲି ଜଣାପଡିଛି । ଚୋର ମାନଙ୍କ ଠାରୁ ଭବାନୀପାଟଣାର କେ.ରବି ଶଙ୍କର ଆଚାରି, ଯୋଗିରାମ ପୁଟେଲ, ହଳଧର ସରାଫ ଓ ପଟଣାଗଡ଼ ଥାନା ଭଇଁସା ଗାଁର ପ୍ରକାଶ ମେହେର ଙ୍କୁ ମଧ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି । ଗିରଫ ହୋଇଥିବା ଚୋର ଭଜନ ପୁଟେଲ କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହଜାତ କୁ ପଠା ଯାଇଥିବା କହିଛନ୍ତି ଏସ୍ଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ।

No Result
View All Result