No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମେଡ଼ିକାଲ ସବୁ ବେଳେ ଚର୍ଚ୍ଚା । ଡାକ୍ତର ଥିଲେ ବି ରୋଗୀ ହଇରାଣ ଓ ଡାକ୍ତର ନ ଥିଲେ ବି ଗର୍ଭବତୀ ହଇରାଣ । ଏଭଲି ସ୍ଥିତିରେ ଏବେ ଅଞ୍ଚଳବାସୀ ଙ୍କ ଗୋଟେ ଚିନ୍ତା ମେଡ଼ିକାଲ ଗଲେ ହଇରାଣ ହେବ ଭାଇ ସିଧା ବଲାଙ୍ଗୀର କୁ ଯାଅ । କଣ୍ଟାବାଞ୍ଜି ମେଡ଼ିକାଲରେ ସବୁ ସୁବିଧା ରହିଛି ହେଲେ ଡାକ୍ତରଙ୍କ ମନ ମୁଖୀ ଡ୍ୟୁଟି ଗର୍ଭବତୀ ଙ୍କୁ ଠିକ ଭାବେ ଚିକିତ୍ସା କରୁ ନଥିବା ରୁ ହଇରାଣ ହେଉଛନ୍ତି ଗର୍ଭବତୀ ।
ସାମନ୍ୟ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଦୀପାବଳି ଦିନ ୪୦ରୁ ଅଧିକ ଗର୍ଭବତୀ ଲମ୍ବା ଲାଇନ ଲାଗିଥିବା ଆଶ୍ଚର୍ଯ୍ୟ କରିଛି । ମେଡ଼ିକାଲରେ ସ୍ତ୍ରୀ ଓ ପସୁତି ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ହରେକୃଷ୍ଣ ମେହେର ମେଡ଼ିକାଲ ରେ ନଥିବା ବେଳେ ଏଭଲି ଘଟଣା ଦେଖିବାକୁ ମିଳିଛି । ତେବେ ଦୀପାବଳି ଦିନ ୧୦ ଟା ରୁ ଲାଇନ ରେ ରହି ଗର୍ଭବତୀ ମାନେ ଅଲ୍ଟ୍ରାସାଉଣ୍ଡ କକ୍ଷ ସାମନାରେ ଅପେକ୍ଷା କରୁଥିବା ବେଳେ ଡାକ୍ତର ଶ୍ରୀ ମେହେର ଅନୁପସ୍ଥିତ ଥିଲେ ।
ତେବେ ଡାକ୍ତର ଆସିବେ ବୋଲି ଗର୍ଭବତୀ ମାନେ ଅପେକ୍ଷା କରିଥିଲେ । ୪୦ ଜଣ ମହିଳା ଏଥିରେ ହଇରାଣ ହୋଇଥିବା ଜଣାପଡିଛି । ଏହାକୁ ନେଇ ଆମେ ଡାକ୍ତର ଶ୍ରୀ ମେହେର ଙ୍କୁ ପଚାରିବାରୁ ସେ କହିଲେ ମୁଁ ସହରରେ ହିଁ ଅଛି କିଛି ସମୟରେ ମେଡ଼ିକାଲ କୁ ଯିବି । ତେବେ ମେଡ଼ିକାଲରେ ଜଣେ ମାତ୍ର ଡାକ୍ତର ଥିବାରୁ ଏଭଳି ସମସ୍ୟା ହେଉଥିବା ଲୋକେ କହିଛନ୍ତି । ପ୍ରଶାସନ ଶୀଘ୍ର ଏଠି ପ୍ରତି ଦୃଷ୍ଟି ଦେଲେ ଅନେକ ରୋଗୀ ପରିଜନ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

No Result
View All Result