No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା,ଚିତ୍ରାଙ୍କନ,ପ୍ରବନ୍ଧ, କୁଇଜ,ନୃତ୍ୟ,

ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ପୁରସ୍କାର ବିତରଣ ସଭାରେ ପ୍ରଫୁଲ୍ଲ ମାଝୀଙ୍କ ସଭାପତିତ୍ୱରେ ଜଳନ୍ଧର ମହାକୁଡ,ସରପଞ୍ଚ, ତୁରେକେଲା, ମୁଖ୍ୟ ଅତିଥି, ଗୌତମ ପଟେଲ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁଖ୍ୟବକ୍ତା,ଫକୀର ଚରଣ ବିଶି,ବିଆରସିସି,ଧନସିଂ ମାଝୀ, ସିଆରସିସି, ରବୀନ୍ଦ୍ର ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ମାନସ ରଞ୍ଜନ ଜାଲ ସଭା ପରିଚାଳନା ଓ ରଜନୀ ମେହେର,
ସୁଦୀପ୍ତା ଜେନା,ରାଜେଶ ସିଂଦେଓ, ସୁଭଦ୍ରା ମେହେର, ସୁକାନ୍ତି ମାଝୀ, ରାଜୀବ ଦାସ ବିଚାରକ ଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଭାଶିତ ରାଉତ,ବିମଳ ଧରୁଆ, ପ୍ରଦୀପ ମେହେର, ରାଜ କିଶୋର ନାଗ ନେହେରୁ ତାଣ୍ଡି ସହଯୋଗ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଚଳିତ ମାସ ଚବିଶ ତାରିଖରେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

No Result
View All Result