ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ ଅଧିକାରୀ ହରିହର ମଲିକ ଙ୍କ ତତ୍ତ୍ୱାବଧାନରେ ବ୍ଲକ ସ୍ତରୀୟ ‘ନବ ଭାରତ ସାକ୍ଷରତା’ କର୍ମଶାଳା (ଉଲ୍ଲାସ) ଅନୁଷ୍ଠିତ ହୋଇଯାଇଛି l

ଏଥିରେ ୧୧ ଟି କ୍ଲଷ୍ଟର ର ସମସ୍ତ ସିଆର ସିସି ସମେତ ୧୨୨ ଜଣ ପ୍ରଶିକ୍ଷାର୍ଥି ଯୋଗ ଦେଇଥିଲେ। ନ୍ୟୁ ଇଣ୍ଡିଆ ଲିଟରସି ର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ, ସାଧନ କର୍ମୀ ସୁଜିତ୍ କୁମାର ଦାଶ, ସୁର୍ଯ୍ୟକାନ୍ତ ସାହୁ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ ।















