ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଢେଙ୍କାନାଳ :- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ଜଣ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି କଟକ ଏସ୍ ସି ବି ମେଡିକାଲ କଲେଜରେ ପ୍ଲାଜମା ଦାନ କରି ଫେରିଥିବା ୩ ଜଣ ଯୁବକ- ନାଧେରା ଗ୍ରାମର ଶ୍ରୀ ଅଜୟ ମହାନ୍ତି, ଶ୍ରୀ ତପନ ପୃଷ୍ଟି ଏବଂ ପରଜଙ୍ଗର ମନୋଜ ଦେହୁରୀଙ୍କୁ ଏହି ମହତ୍ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସମ୍ବର୍ଦ୍ଧିତ କରିବା ସହ
କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ମାନେ ସ୍ଵତଃ ପ୍ରବୃତ୍ତ ଭାବେ ଆଗେଇ ଆସି ପ୍ଲାଜମା ଦାନ କଲେ,ଏହା ଦ୍ଵାରା କରୋନାରେ ଗୁରୁତର ଆକ୍ରାନ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇ ପାରିବ ବୋଲି ମତ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ, ଢେଙ୍କାନାଳରୁ ୬ ଜଣ କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିବାକୁ ଯାଇଥିବାବେଳେ ୩ ଜଣ ବ୍ୟକ୍ତି ସେମାନଙ୍କ ମଧ୍ୟରୁ ୩ ଜଣ ସ୍ୱାସ୍ଥ୍ୟଗତ କାରଣରୁ ପ୍ଲାଜମା ଦାନ କରି ପାରି ନ ଥିଲେ। (ରିପୋର୍ଟ, ଅମର ରଞ୍ଜନ ଦାସ)














