No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ ଆଦର୍ଶ ଚିର ଅମର।ସେମାନଙ୍କ ବିଚାର ଧାରା ସମଗ୍ର ପୃଥିବୀ କୁ ମାର୍ଗଦର୍ଶନ ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା । ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୬ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୧ ତମ ଜୟନ୍ତୀ ପାଳିତ ହୋଇଥିଲା । ଅତିଥି ମାନେ ଦୁଇ ମହାପୁରୁଷ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିନ ରେ ଜନ୍ମ ହୋଇ ଥିବା ଦୁଇ ମହାପୁରୁଷ ଙ୍କ ଜୀବନୀ ଆମକୁ ସତ୍ୟ, ନ୍ୟାୟ ଓ ଅହିଂସା ପଥରେ ଯିବାର ପ୍ରେରଣା ଦେଉଛି । ରାଜା ହରିଶ୍ଚନ୍ଦ୍ର,ଶ୍ରବଣ କୁମାର ଓ ନିଜ ମା ଙ୍କ ଜୀବନୀ ଓ ଆଦର୍ଶ ଗାନ୍ଧିଜୀଙ୍କୁ ଅନୁପ୍ରାଣିତ କରିଥିଲା । ପ୍ରତେକ ଙ୍କ ମଧ୍ୟରେ ପ୍ରତିଭା ରହିଛି । ଏହାର ବିକାଶ ତାଙ୍କୁ ଶ୍ରେଷ୍ଠ କରିଥାଏ । ଗାନ୍ଧୀଙ୍କ ସ୍ବଦେଶୀ ଅଭିଯାନ ଏବେବି ସମସ୍ତଙ୍କୁ ପ୍ରଭାବିତ କରିଛି ।
ସମଗ୍ର ବିଶ୍ବ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର କୁ ଗ୍ରହଣ କରିପାରିଲେ ଏହା ବିଶ୍ବ ଶାନ୍ତି ରେ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ । ଏଥିରେ ଯୋଗ ଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ସର୍ବୋୟ ସମିତିର ସଭାପତି ଉମା ବଲ୍ଲଭ ମହାପାତ୍ର ଉଭୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନକୁ ଅନୁଧ୍ୟାନ କଲେ ସରଳ ଜୀବନ ହିଁ ସଫଳ ଜୀବନ ବୋଲି ସମସ୍ତେ ଜାଣି ପାରନ୍ତି।ବିଶ୍ବ ଥିବା ଯାଏଁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ଓ ବିଚାରଧାରା ସମଗ୍ର ମାନବ ଜାତି କୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ସେ କହିଥିଲେ ।
ସମାଜସେବୀ ତଥା ଗାନ୍ଧୀବାଦି ଗୌରାଙ୍ଗ ଚରଣ ପରିଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିବା ସହ ଆମ ପ୍ରତ୍ୟେକ ଙ୍କ ମଧ୍ୟରେ ଉଭୟ ମହାପୁରୁଷଙ୍କ ବିଚାରଧାରା ରହିଛି । ଏହାକୁ ଜାଗ୍ରତ କରି ବିଶ୍ବ କୁ ମଙ୍ଗଳମୟ କରିବାକୁ ଆହ୍ଵାନ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ଦୁଇ ମହାପୁରୁଷ ଆମ ସମସ୍ତ ଙ୍କ ପ୍ରେରଣାର ଉତ୍ସ ବୋଲି କହିଥିଲେ ।
ପରେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସର୍ବୋଦୟ ମେଳା ସମିତି ର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଓ ହାଜି ଜେଡ ଆବେଦିନ ସର୍ବଧର୍ମ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ,ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରତ୍ୟୁଷ ୪.୩୦ ରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭ ଘଟିକା ରେ ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇଥିଲ ।

No Result
View All Result