ଆର,ଉଦୟଗିର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟମାନେ ବିଭିନ୍ନ ଦାବି ନେଇ ୪ ଦିନ ଧରି ଗଣଧାରଣାରେ ବସିରହିଛନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା ହାତକୁ ନେଉଥିବା ବେଳେ କମ୍ୟୁନିଟି ଷ୍ଟାଫମାନେ ଏଥିରୁ ବାଦ୍ ପଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇ ବିକାଶର ଧାରାରେ ସାମିଲ କରିବାକୁ ଗୁରୁତ୍ୱ ଦେଉଥିବା ସହ ରାଜ୍ୟ ସରକାର ନାଦେଉଛନ୍ତି ନାରୀଙ୍କୁ ସମାନ ଆଜି ନାରୀ ଦାଣ୍ଡରେ ବସିଛି ।
















