No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା,ଫୁଲନଖରା ସ୍ଥିତ ଆମ୍ରାପଲ୍ଲୀ ରିସର୍ଟ ଠାରେ ପୂଜା ମ୍ୟୁଜିକ ପ୍ରସ୍ତୁତ ଓଡ଼ିଆ ଗଜଲ ‘ କିଛି ଦିନ ହେଲା ଜୀବନ ‘ର ସୁଟିଂ ହୋଇଯାଇଛି l ବରିଷ୍ଠ ସିନେମା ଓ ଦୂରଦର୍ଶନ ଅଭିନେତା ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଅଶ୍ୱିନୀ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ଅଭିନୀତ ଗୀତଟିକୁ ରଚନା ଓ ସ୍ୱର ସଂଯୋଜନା ପ୍ରସିଦ୍ଧ
ସଙ୍ଗୀତ ନିର୍ଦ୍ଦେଶକ ମନୋଜ ମିଶ୍ର କରିଥିବା ବେଳେ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ବିନୋଦ ମିଶ୍ର l କ୍ୟାମେରା ପରିଚାଳନା କମଲ ଦେଉରୀ, ବ୍ୟବସ୍ଥାପନା ରୀମାକ୍ରିଏସନ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସମୀର ତ୍ରିପାଠୀ l ପାଶ୍ଚାତ୍ୟ ବ୍ୟବସାୟିକ ସଙ୍ଗୀତ, ସଂସ୍କୃତିଠୁ ଦୁରେଇ ପୂଜା ମ୍ୟୁଜିକ ମିଠା ଓ ରୁଚିପୂର୍ଣ୍ଣ ସଙ୍ଗୀତ ପ୍ରସ୍ତୁତି କରିବା ଓଡ଼ିଆ ସଙ୍ଗୀତ ପାଇଁ ସୁଖଦ ନୂଆ ସମ୍ଭାବନାର ବିଷୟ ନିଶ୍ଚୟ l

No Result
View All Result