ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଏମ୍ଜିଏମ ଫାଉଣ୍ଡେସନ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ ଆର୍ଟ ଆଣ୍ଡ ଡିଜାଇନ ଷ୍ଟୁଡିଓ (ବିଇଏଡିଏସ୍) ଦ୍ୱାରା ଏକ ଅଗ୍ରଣୀ ସାଂସ୍କୃତିକ ପ୍ରଚେଷ୍ଟା ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ (ଓସିଓ)ର ପ୍ରୟାସ ଜରିଆରେ ଭୁବନେଶ୍ୱର ମହାନଗର ହସ୍ତଶିଳ୍ପର କାର୍ଯ୍ୟାଭ୍ୟାସ ଉପରେ ଏକ ଅସାଧାରଣ ପ୍ରଦର୍ଶନୀ ଦେଖିବାକୁ ଯାଉଛି । ଓସିଓ ‘ଦି ପପୁଲାର ପିପଲି: ଥ୍ରେଡ୍ସ୍ ଅଫ ମେମୋରୀ, ନେଟୱର୍କସ୍ ଅଫ ପାୱର’ ଶୀର୍ଷକରେ ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତ ଏହାର ଦ୍ୱିତୀୟ ଗବେଷଣାତ୍ମକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଆୟୋଜନ କରିବାକୁ ଯାଉଛି,

ଯାହା ୨୦୨୫ ସେପ୍ଟେମ୍ବର ୨୧ ତାରିଖ ଅପରାହ୍ଣ ୫ଟାରୁ ଉନ୍ମୁକ୍ତ ରହିବ । ଅନେକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀଠାରୁ ଭିନ୍ନ ଓସିଓର ପ୍ରଦର୍ଶନୀଗୁଡିକ କଳାକାଳ, ଗବେଷକ ଏବଂ କାରିଗରମାନଙ୍କ ସମ୍ମିଳିତ ଅଂଶଗ୍ରହଣରେ କରାଯାଇଥିôବା ଜଟିଳ ଗବେଷଣାଧର୍ମୀ ସର୍ବେକ୍ଷଣକୁ ପରିକଳ୍ପନା କରୁଛି । ଏହି ସଂସ୍କରଣ ଓଡ଼ିଶାର ଜୀବନ୍ତ ଐତିହ୍ୟର ସଂରକ୍ଷଣ ଏବଂ ପୁନଃସୁଦୃଢୀକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ହେବାକୁ ଯାଉଛି । ଓସିଓର ଦ୍ୱିତୀୟ ଉଲ୍ଲେଖନୀୟ ଏହି କାର୍ଯ୍ୟକ୍ରମ ୨୦୨୫ ଆବାସିକତାର ସାର୍ବଜନୀନ ପରିଣତି ଭାବରେ ଉପସ୍ଥାପିତ ହେବାକୁ ଯାଉଛି, ଯାହା ପିପିଲିର ସୁଦକ୍ଷ ଚାନ୍ଦୁଆ କାରିଗରୀ ଉପରେ ଦୃଷ୍ଟିନିବଦ୍ଧ କରୁଛି ।
ଓପନ୍ ଷ୍ଟୁଡିଓ ଓସିଓର ଅନନ୍ୟ ପଦ୍ଧତିର ଏକ ପ୍ରତ୍ୟକ୍ଷ ପରିଣତି ହୋଇଛି, ଯାହା ଲଳିତ କଳା ଏବଂ ହସ୍ତଶିଳ୍ପ ମଧ୍ୟରେ ପାରମ୍ପରିକ ପଦାନୁକ୍ରମକୁ ଚାଲେଞ୍ଜ କରିବା ନିମନ୍ତେ ଜାତିଗତ ଗବେଷଣା ଏବଂ ଆନ୍ତଃ ବିଭାଗୀୟ ସହଯୋଗୀତାକୁ ଅଗ୍ରାଧିକାର ଦେଉଛି । ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମ ତିନିଜଣ ସମକାଳୀନ ବୃତ୍ତିଧାରୀଙ୍କୁ ପିପିଲିର ହସ୍ତଶିଳ୍ପ କାରିଗର ସମୁଦାୟଙ୍କ ମଧ୍ୟରେ ସାମିଲ କରିଛି, ଯେଉଁମାନେ ହେଉଛନ୍ତି ରାଜ୍ ମୋ÷ର୍ୟା, ମଧୁଲିକା ଏସ୍ ନାଇଡୁ ଏବଂ ରିଆ ମୋରାସ୍ ।
ମଧୁଲିକା ଏସ୍ ନାଇଡୁ ମୋତିଫ, କୋ÷ଶଳ ଏବଂ ସାମାଜିକ ପଦାନୁକ୍ରମଗୁଡିକ ଜରିଆରେ ପିପିଲିର ଚାନ୍ଦୁଆର ଐତିହାସିକ ବିବର୍ତ୍ତନର ଅନୁଗମନ କରିଛି, ଯାହା ସହାବସ୍ଥାନକାରୀ ହସ୍ତଶିଳ୍ପ ଜ୍ଞାନବିଜ୍ଞାନ ସଂସ୍ଥାପନରେ ଚୂଡାନ୍ତ ହେଉଛି । ରିଆ ମୋରାସ୍ ଅଂଶଗ୍ରହଣକାରୀ ପ୍ରକଳ୍ପସମୂହ ଏବଂ ପଦାର୍ଥଗତ ଅନୁସନ୍ଧାନ ଜରିଆରେ ମହିଳାଙ୍କର ସ୍ୱର ଏବଂ ସାମୂହିକ ଗ୍ରନ୍ଥକାରିତାକୁ ଅଗ୍ରଭାଗରେ ରଖି ସିଲେଇ କୋ÷ଶଳକୁ ସନ୍ନିହିତ ଜ୍ଞାନ ଭାବରେ ପରୀକ୍ଷା ନିରୀକ୍ଷା କରୁଛନ୍ତି ।

ରାଜ ମୋ÷ର୍ୟା ଅଭିଲେଖାଗାର ପଦ୍ଧତିସମୂହ ଏବଂ ସାୟାନୋଟାଇପ୍କୁ ବ୍ୟବହାର କରି ହସ୍ତଶିଳ୍ପ ପ୍ରସ୍ତୁତିର ସ୍ମୃତି, ଅନୁପସ୍ଥିତି ଏବଂ ପୁନରାବୃତ୍ତି ହେବାର ପ୍ରକୃତି ଆଦି ପ୍ରତିଫଳିତ କରିବାକୁ ପିପିଲି ଚାନ୍ଦୁଆ ପ୍ରସ୍ତୁତିରେ ଶ୍ରମ ନେଟୱର୍କ ସମ୍ପର୍କରେ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି । ସେମାନଙ୍କର ଆବାସ ସମୟରେ ସେମାନେ ଏହି ହସ୍ତଶିଳ୍ପ ପ୍ରସ୍ତୁତି ପଦ୍ଧତି ଉନ୍ମୋଚନ କରିବା, ଏହାର ନିଖୁଲ କୋ÷ଶଳ ଏବଂ ସାଂସ୍କୃତିକ ଗୁରୁତ୍ୱର ବିସ୍ତୃତ ବିବରଣୀ ପୂର୍ଣ୍ଣାଙ୍ଗ କ୍ଷେତ୍ରସ୍ତରୀୟ ନୋଟ୍ ଏବଂ ସହଭାଗୀତା ମୂଳକ ପ୍ରକଳ୍ପଗୁଡିକ ଜରିଆରେ ପ୍ରସ୍ତୁତ କରିବାକୁ ଅତ୍ୟନ୍ତ ସୂକ୍ଷ୍ମ ପ୍ରକ୍ରିୟାରେ ନିୟୋଜିତ ରହିଥିଲେ ।
ଏହି ଗବେଷଣା-ଭିତ୍ତିକ ଆଭିମୁଖ୍ୟ ପିପିଲି ଚାନ୍ଦୁଆ ହସ୍ତଶିଳ୍ପକୁ କେବଳ ଏକ କଳାକୃତିରୁ ଅଧ୍ୟୟନର ଏକ ଚମକ୍ରାର କ୍ଷେତ୍ର ଭାବରେ ଉଚ୍ଚତର ସୋପାନକୁ ନେଇଯିବା ସହିତ କଳାତ୍ମକ ଅଭିବ୍ୟକ୍ତି ଏବଂ ଶିକ୍ଷାଗତ ଆଲୋଚନା ନିମନ୍ତେ ନୂତନ ସୁଯୋଗ ଯୋଗାଇ ଦେଉଛି । ଓସିଓ କାର୍ଯ୍ୟର ଗୁରୁତ୍ୱ ଏହାର ବ୍ୟକ୍ତିଗତ ଆବାସିକତାର ଯଥେଷ୍ଟ ଊଦ୍ଧ୍ୱର୍କୁ ପରିବ୍ୟାପ୍ତ ହୋଇଛି । ଏହା ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟ ଉପରେ ଜ୍ଞାନର ଏକ ନୂତନ ସଂସ୍ଥା ନିର୍ମାଣ କରିବା ପ୍ରତିବଦ୍ଧ ଦୀର୍ଘସୂତ୍ରୀ ପ୍ରୟାସ ହୋଇଛି, ଯାହା ଏହାର ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରୁଛି ।
ଏହି ଦୂରଦୃଷ୍ଟି ଏକ ବହୁମୁଖୀ ପ୍ରଚେଷ୍ଟା ହୋଇଛି ଯେଉଁଥିରେ ଏକ ପୂର୍ଣ୍ଣାଙ୍ଗ ଜ୍ଞାନମଣ୍ଡଳ ଆଧାରିତ ୱେବ୍ସାଇଟି ରହିଛି ଏବଂ ତାହା ବିଶ୍ୱବ୍ୟାପୀ ଗବେଷକ ଏବଂ ସାଂସ୍କୃତିକ ବୃତ୍ତିଧାରୀମାନଙ୍କ ପାଇଁ ଏକ ଜୀବନ୍ତ ଅଭିଲେଖାଗାର ଭାବରେ ସେବା ଯୋଗାଇବ । ଓସିଓ ପରାମର୍ଶଦାତା ବୋର୍ଡର ସଦସ୍ୟ ସିଦ୍ଧାର୍ଥ ମହାନ୍ତିଙ୍କ କହିବା ଅନୁଯାୟୀ ଓସିଓ ଗବେଷଣା ଜରିଆରେ ଜ୍ଞାନକୁ ମଧ୍ୟ ହସ୍ତଶିଳ୍ପ ସହିତ ସଂପୃକ୍ତ ଜନସାଧାରଣଙ୍କ ସପକ୍ଷରେ କହିବା ଏବଂ ସମର୍ଥନକାରୀ ନୀତିସମୂହକୁ ପ୍ରଭାବିତ କରିବା ନିମନ୍ତେ ଡିଜାଇନ କରାଯାଇଛି । ଗବେଷଣାକାରୀ ଅନୁଦାନ ପ୍ରଦାନ ଜରିଆରେ ଓସିଓ ଏହି ସମସ୍ତ ବିଷୟ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ନିମନ୍ତେ ହସ୍ତଶିଳ୍ପ ପୁଞ୍ଜଗୁଡିକ ବିଷୟରେ ଗଭୀର ଅଧ୍ୟୟନ କରିବା ଏବଂ ଏକ ବାର୍ଷିକ ସମ୍ମିଳନୀ ଆୟୋଜନକୁ ସମର୍ଥନ କରୁଛି ।

ଏହି ସମସ୍ତ ପରମ୍ପରାଗୁଡିକୁ ଅତ୍ୟନ୍ତ ଯନôର ସହିତ ଲିପିବଦ୍ଧ କରି ଏବଂ ଏକ ମଜଭୁତ ଡିଜିଟାଲ ଭଣ୍ଡାର ସୃଷ୍ଟିକରି ଓସିଓ ଅନେକ ସମୟରେ ମୋ÷ଖିକ ଭାବରେ ପିଢି ପରେ ପିଢି ପ୍ରଦାନ କରାଯାଉଥିବା ଏବଂ ହଜିଯିବାର ଆପଦ ରହୁଥିବା ସାଂସ୍କୃତିକ ଐତିହ୍ୟର ସକ୍ରିୟ ଭାବରେ ସୁରକ୍ଷା କରୁଛି । କୁ୍ୟରେଟର ଶିବଦାସ ସେନଗୁପ୍ତା କହିଛନ୍ତି, “ଏହି ପ୍ରଦର୍ଶନୀ ମୋଟ ଉପରେ ପିପିଲି ଚାନ୍ଦୁଆର ରୋମାଣ୍ଟିକ ଛବିକୁ ଚାଲେଞ୍ଜ କରୁଛି ଏବଂ ଏହାର ଲୋକପ୍ରିୟତା ପଛର ରାଜନୀତି ସର୍ବସମ୍ମୁଖକୁ ଆଣିବା ସହିତ ଏହାର ଗର୍ବିତ ପରିଚୟକୁ ନେଇ ପ୍ରତିଆଖ୍ୟାନ ଉପସ୍ଥାପନ କରୁଛି ।”
ଦ୍ୱିତୀୟ ଗବେଷଣା ଆଧୁନିକ ପରିପ୍ରେକ୍ଷୀରେ ଏହି ସମସ୍ତ ପ୍ରାଚୀନ ପରମ୍ପରାଗୁଡିକର ପ୍ରାସଙ୍ଗିକତା ସମ୍ପର୍କରେ ଏକ ସ୍ପଷ୍ଟ ଝଲକ ପ୍ରଦାନ କରିବ । ଏହା ପିପିଲି ଆବାସିକତାରୁ ଉଦ୍ଭବ ସମ୍ମିଳିତ ପ୍ରକଳ୍ପଗୁଡିକ ପ୍ରଦର୍ଶିତ କରିବ, ଯାହା ସମକାଳୀନ କଳାତ୍ମକ ନବସୃଜନ ନିମନ୍ତେ ପାରମ୍ପରିକ କାରିଗରୀ କିଭଳି ଏକ ମୂଳଦୁଆ ହୋଇପାରିବ ତାହା ପ୍ରଦର୍ଶନ କରିବ । ନିକଟରେ ଜି୨୦ ସିଡବ୍ଲୁ୍ୟଜି ପ୍ରଦର୍ଶନୀରେ ଆଲୋକପାତ କରାଯାଇଥିବା ‘ସଷ୍ଟେନ: ଦି କ୍ରାଫ୍ଟ ଇଡିୟମ୍’ ଅନୁଯାୟୀ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିମନ୍ତେ ଜୀବନ୍ତ ଐତିହ୍ୟକୁ ସକ୍ରିୟ କରିବାକୁ ଏକ ପରିବ୍ୟାପ୍ତ ବୈଶ୍ୱିକ ଅଭିଯାନ ସହିତ ଏହା ମେଳ ଖାଉଛି ।
ଓସିଓ ପରାମର୍ଶଦାତା ବୋର୍ଡର ସଦସ୍ୟ ସନ୍ଦୀପ ହୋତା କହିଛନ୍ତି, “ଓଡ଼ିଶା କ୍ରାଫ୍ଟ ଓଡ଼ିଶୀର ଅଂଶବିଶେଷ ହେବା ସୋ÷ଭାଗ୍ୟର ବିଷୟ କାରଣ ଏହା ଜୀବନ୍ତ ହସ୍ତଶିଳ୍ପ ପରମ୍ପରା ସହିତ ଗୁରୁତ୍ୱପୂର୍ଣ୍ଣ ନିୟୋଜନତାକୁ ନିବିଡ କରୁଛି । ଆବାସିକତା ଏବଂ ଫେଲୋସିପ୍ କେବଳ ହସ୍ତଶିଳ୍ପ କାରିଗରୀ କାର୍ଯ୍ୟାଭ୍ୟାସଗୁଡିକ ଲିପବଦ୍ଧ ଏବଂ ସଂରକ୍ଷଣ କରୁନାହିଁ, ବରଂ ତାହାସହିତ ସେମାନଙ୍କର ସ୍ୱର, ଜ୍ଞାନର ବ୍ୟବସ୍ଥା ଏବଂ ନିର୍ମାତାମାନଙ୍କର ପରିବର୍ତ୍ତିତ ବାସ୍ତବତାକୁ ସର୍ବସମ୍ମୁଖକୁ ଆଣୁଛି । ଗବେଷକ, କରିଗର ଏବଂ ସମକାଳୀନ ବୃତ୍ତିଧାରୀଙ୍କ ମଧ୍ୟରେ ଆଲୋଚନା ପରାମର୍ଶ ନିମନ୍ତେ ସୁଯୋଗ ସୃଷ୍ଟି କରି ଏହି ପ୍ରୟାସ ସୁନିଶ୍ଚିତ କରୁଛି ଯେ କାରିଗରୀକୁ କେବଳ ଏକ ସ୍ଥିର ପରମ୍ପରା ଭାବରେ ନୁହେଁ, ବରଂ ଓଡ଼ିଶା ଏବଂ ତାହା ବାହାରେ ଏହାକୁ ଏକ ଗତିଶୀଳ ଏବଂ ସାଂସ୍କୃତିକ ପରିକଳ୍ପନାର ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ଭାବରେ ସ୍ୱୀକୃତି ଦିଆଯାଉଛି ।”
ଏହି ପ୍ରକଳ୍ପ ପଶ୍ଚାତ୍ଭାଗର ଦୂରଦ୍ରଷ୍ଟା ପ୍ରେମଜିଶ ଆଚାରୀ ଏହାର ମୂଳ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, “ଏହି ପ୍ରକଳ୍ପ ସଂରକ୍ଷଣରୁ ଯଥେଷ୍ଟ ଅଧିକ; ଏହା ଏହି ହସ୍ତଶିଳ୍ପରେ ନବସୃଜନ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି ନିମନ୍ତେ ଉଦ୍ଦିଷ୍ଟ । ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପ୍ରଦର୍ଶନୀ ପିପିଲିର ଦକ୍ଷ ହସ୍ତଶିଳ୍ପ ପ୍ରତି ଉତ୍ସର୍ଗୀକୃତ ଏକ ବ୍ୟାପକ, ଗବେଷଣା ଭିତ୍ତିକ ଆସାବିକ କାର୍ଯ୍ୟକ୍ରମ ହୋଇଛି ଯାହା ସାର୍ବଜନୀନ ଭାବରେ ପରିପ୍ରକାଶ ହେବାକୁ ଯାଉଛି । ଏହି କାର୍ଯ୍ୟାବଳୀ, ଦସ୍ତାବିଜ ପ୍ରସ୍ତୁତି ଏବଂ ଏହି ଆବାସିକତାର ସମ୍ମିଳିତ ପ୍ରୟାସ ସମ୍ପର୍କରେ ଆଲୋକପାତ କରୁଥିବା ଦ୍ୱିତୀୟ ଗବେଷଣା କଳା ଓ କାରିଗରୀ,
ପରମ୍ପରା ଓ ନବସୃଜନ ମଧ୍ୟରେ ରହିଥିବା ଲେଖାକୁ ଦୂର କରିବା ନିମନ୍ତେ ଓସିଓର ମୋ÷ଳିକ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଓଡ଼ିଶାର ଦୁର୍ମୂଲ୍ୟ ସାଂସ୍କୃତିକ ଐତିହ୍ୟକୁ ପୁନଃସୁଦୃଢ କରିବା ଏବଂ ତାହାର ପୁନଃପରିକଳ୍ପନା କରିବା ନିମନ୍ତେ ଦୀର୍ଘସୂତ୍ରୀ ପ୍ରତିବଦ୍ଧତା କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ହୋଇଛି ।” ଏହି ଯୁଗାନ୍ତକାରୀ କାର୍ଯ୍ୟର ଫଳାଫଳ ଦେଖିବା ଏବଂ ଭବିଷ୍ୟତ ପିଢିଗୁଡିକ ନିମନ୍ତେ ଓଡ଼ିଶାର ବହୁମୂଲ୍ୟ ସାଂସ୍କୃତିକ ସମ୍ପଦର ପ୍ରାସଙ୍ଗିକତା ଓ ଅର୍ଥନୈତିକ ଜୀବିକା ଦିଗକୁ ସୁରକ୍ଷିତ ରଖିବା ଦିଗରେ ପରମ୍ପରା ଓ ନବସୃଜନ କିଭଳି ଆପୋଷରେ ପରସ୍ପର ଅପରକୁ ସମୃଦ୍ଧ କରୁଛନ୍ତି ତାହାର ଏକ ନମୁନା ପର୍ଯ୍ୟବେକ୍ଷଣ କରିବାକୁ ଓପନ୍ ଷ୍ଟୁଡିଓ ଏକ ପ୍ରଭାବଶାଳୀ ଆମନ୍ତ୍ରଣ ହୋଇଛି ।














