No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନିର୍ବାଚନ ବେଳେ ଯାହା ମନେପଡ଼ୁଛି ପ୍ରତିଶୃତିରେ ଲେଖିଦେଉଛ। କିନ୍ତୁ, ପ୍ରତିଶୃତି ପୂରଣ ପରେ ପାଣିରେ ଗାର ହେଉଛି। ସାଧାରଣଲୋକଙ୍କ ସ୍ମୃତି ଶକ୍ତି ଓ ସହନଶୀଳତା ପାଇଁ ଅତ୍ୟାଚାର ବଢ଼ୁଛି। ଏବେ ଚାଷୀ ଉପେକ୍ଷା ଓ ଶୋଷଣ ଅତ୍ୟାଚାର ପ୍ରସଙ୍ଗରେ ଏଥର ନବନିର୍ମାଣ ଆନ୍ଦୋଳନ କରିବ। ଯେମିତି କି ସରକାର ଚାଷୀ ପ୍ରସଙ୍ଗରେ ଗାଲୁ ଭୁରୁଡ଼ି ମାରି ରାଜନୀତି କରିପାରିବେନାହିଁ । ନେତାଜୀ ଟର୍ମିନାଲରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ନବନିର୍ମାଣ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧିତ କରି ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ଶାସନର ବ୍ୟବସ୍ଥାଗତ ତ୍ରୃଟିକୁ ସମାଲୋଚନା କରି କହିଲେ ଯେ, ଭାଗେ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଷ୍ଟମ ବେତନ କମିସନ୍ କାର୍ଯ୍ୟକାରୀ ହେଉଛି। ମାତ୍ର ଧାନର ଏମ୍.ଏସ୍.ପି୍ କୁ ଆଇନ୍ ପରିସରକୁ ଆଣିବା ପାଇଁ, ଚାଷୀ ପେନସନ୍ ପାଇଁ ସରାକରଙ୍କ ପାଖରେ ପଇସା ନାହିଁ। ଏଥର ଚାଷୀମାନେ ସାରା ଓଡ଼ିଶାରେ ଚାଷୀ ସୁରକ୍ଷା ଭତ୍ତା ପାଇଁ ଏକତ୍ର ହେବେ ଓ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ। ଆମେ ଗଲା ଥର ସରକାର ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୁ। ଏ ସରକାର ଜନବିରୋଧୀ ଭୂମିକା ଜାରି ରଖିଲେ ଆକୁ ବି ହଟାଇବୁ।
ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରକୁ ସମାଲୋଚନା କରି କହିଲେ ଯେ, ଦୁର୍ନିତୀ ଓ ଭଷ୍ଟାଚାରରୁ ସରାକର ମୁକୁଳି ପାରୁନାହିଁ। ୭ ଲକ୍ଷ ଭତ୍ତାଧାରୀଙ୍କୁ ଟଙ୍କା ଦେଇପାରୁନଥିବା ସରକାର ବିକାଶର ମିଛ ପ୍ରଚାର ଚଳାଇଛି। ନୂଆ ଆକାଂକ୍ଷାରୁ ଲୋକେ ସରକାର ବଦଳାନ୍ତି। ହେଲେ ସରକାରକୁ ଆସିବା ପରେ ଏ କଥା ବିଜେପି ନେତାମାନେ ଭୁଲିଯାଇଛନ୍ତି। ଜମିରୁ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ବନ୍ୟା ମୁକାବିଲା ଓ ଖାଦ୍ୟ ପକ୍ରିୟାକରଣ ଶିଳ୍ପ କରୁନଥିବା ସରାକର ରିଙ୍ଗ୍ ରୋଡ଼୍ ନିର୍ମାଣକୁ ବିକାଶ କହୁଛନ୍ତି। ଚାଷ ବେଳେ ସାର ଗଣ୍ଡେ ଦେଇପାରୁନଥିବା ସରକାର ନିଜକୁ ଜନତା ସରକାର କହୁଛି।

ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ବାଇଁ କହିଲେ, ଷଣ୍ଢ, ମାଙ୍କଡ଼, ବାରହା ଓ ହରଣ ଉପଦ୍ରବରୁ ଚାଷୀଙ୍କୁ ସରକ୍ଷା ଦେବା ପାଇଁ ସରାକର ତତ୍ପର ନଥିବା କହି ରିଲିଫ୍ କୋର୍ଡ କ୍ଷତି ଯେତେ, ଦିଅ ସେତେ ନ୍ୟାୟରେ କେବେ ସଂଶୋଧନ ହେବ ବୋଲି କହିଥିଲେ। ସଂଗଠନର ରାଜ୍ୟ ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ କହିଥିଲେ ଯେ, ସଂଖ୍ୟା ଦୃଷ୍ଟିରୁ ଚାଷୀମାନେ ସବୁଠୁ ବଡ଼ ଅଂଶ ଓ ବଳବାନ୍ ଗୋଷ୍ଠୀ।
ସଂଗଠନ ଅଭାବରୁ ସରାକାର ଚାଷୀମାନଙ୍କୁ ଉପେକ୍ଷିତ କରୁଛନ୍ତି। ଚାଷୀ ଆନ୍ଦୋଳନ ପଛରେ ଓଡ଼ିଶାର ଯୁବଗୋଷ୍ଠୀ ସଶକ୍ତ ହୋଇ ଠିଆ ହେବେ ଓ ଆଗାମୀ ଦୁର୍ବାର ଚାଷୀ ଆନ୍ଦୋଳନ ସରକାରଙ୍କୁ ଚାଷୀ ସପକ୍ଷବାଦୀ ନିଷ୍ପତି ନେବାକୁ ବାଧ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ମହାରଣା ଓ ବିଚିତ୍ର ପଣ୍ଡା କହିଥିଲେ ଯେ, ୭୦ ଲକ୍ଷ ଚାଷୀ ଆଗରୁ ସରାକାରଙ୍କ ପାଖରେ ପଞ୍ଜୀକୃତ ହୋଇଥିଲେ। ମାତ୍ର ଭାଗଚାଷୀ ନାମମାତ୍ର ଚାଷୀମାନଙ୍କ ପାଖରୁ ସରକାର ଧାନ କିଣୁନାହାଁନ୍ତି।

ଭାଗଚାଷୀଙ୍କ ଧାନ କିଣିବା ପାଇଁ ଓ ସେମାନଙ୍କୁ ଚାଷୀର ମାନ୍ୟତା ଦେବା ପାଇଁ ଲଢ଼େଇ ଚାଲିଛି। ଗାଁ ଗଣ୍ଡାରେ ସାର ପାଇଁ ଚାଷୀର ହା ହା କାରରୁ ସରକାରର ଦକ୍ଷତା ମାପି ହେଉଛି। ନେତାଜୀ ବସ୍ ଟର୍ମିନାଲରୁ ହଜାର ହଜାର ସଂଖ୍ୟାରେ ଚାଷୀ ହାତରେ ପ୍ଲା କାର୍ଡ ବ୍ୟାନର ଧରି ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ। ମାସକୁ ୧୦,୦୦୦ ଚାଷୀ ପେନସନ୍ ଆମର ଦାବୀ, ବନ୍ୟା ମରୁଡ଼ିର ସ୍ଥାୟୀ ପ୍ରତିକାର କେବେ ଜବାବ ଦିଅ ? ଚାଷ ଜମିକୁ ପାଣି ନାହିଁ ଅଷ୍ଟମ ବେତନ କଣ ପାଇଁ ? ଚାଷୀଙ୍କୁ ବିଜୁଳି ଛାଡ଼ ଆମର ଦାବୀ, ସଂପୂର୍ଣ୍ଣ ନିଶା ମୁକ୍ତ ଓଡ଼ିଶା ଆମର ଦାବୀ ସ୍ଲୋଗାନରେ ପ୍ରକମ୍ପିତ କରିଥିଲେ।
ହେଲେ, ଜିଲ୍ଲାପାଳ ବିକ୍ଷୋଭକାରୀଙ୍କ ବିକ୍ଷୋଭ ସ୍ଥଳକୁ ନଆସିବାରୁ ସଭାସ୍ଥଳ ଉତ୍ତ୍ୟଜନା ପ୍ରକାଶ ପାଇଥିଲା। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଭା ସ୍ଥଳକୁ ଆସି ନେତୃମଣ୍ଡଳୀଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ। ଶ୍ରୀ କୁମାର କହିଥିଲେ ଯେ, ସବୁ ଅଞ୍ଚଳରେ ଜିଲ୍ଲାପାଳମାନେ ଆନ୍ଦୋଳନକୁ ଆସି ଆଲୋଚନା କଲା ବେଳେ କଟକ ଜିଲ୍ଲାପାଳଙ୍କ ଜନବିରୋଧୀ ମାନସିକତା ଅହଂକାରର ବିଷୟ ବୋଲି କହିଥିଲେ। ଆଗାମୀ ମାର୍ଚ୍ଚରେ ୨ ଲକ୍ଷ ଚାଷୀ ବିଧାନସଭା ଘେରିବେ ବୋଲି ସେ ଘୋଷଣା କରିଥିଲେ।

ଆଜିର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ରଣଜିତ୍ ପଟ୍ଟନାୟକ, ଦିନେଶ ଦାସ, କୃଷ୍ଣ ବେହେରା, ଜଟାଧାରୀ ଲେଙ୍କା, ରୂପେନ୍ଦ୍ର ରାଉତ, ସୁବାଷ ଜତି ପ୍ରତାପ ରାଉତ, କାଶୀନାଥ ସ୍ବାଇଁ, ଅଙ୍କୁର ପଲାଇ, କୃପାସିନ୍ଧୁ ଦାସ, ଜୟନ୍ତ ସ୍ବାଇଁ, ରଘୁନାଥ ନାୟକ, ଦୂର୍ଗାଚଣ ସ୍ବାଇଁ, ବଲ୍ଲଭ ସ୍ବାଇଁ, ଅଶୋକ ଶାନ୍ତି, ଅଶୋକ ସ୍ବାଇଁ, ପ୍ରମୋଦ ସ୍ବାଇଁ, କୃଷ୍ଣ ନାଏକ, ଲିଙ୍ଗରାଜ ପ୍ରଧାନ, ରଞ୍ଜନ ମହାରଣା, ଜାହିର ଖାଁ ପ୍ରମୁଖ ଯୋଗଦେଇଥିଲେ।


No Result
View All Result