କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ସଦର ଥାନା ବାରଙ୍ଗ ବ୍ଲକ ଉଷୁମା ପଞ୍ଚାୟତର ଉତ୍ତର ଉଷୁମା ଗ୍ରାମର ହୃଷିକେଶ ସାହୁ ୩୯ ବର୍ଷ ଶନିବାର ଦିନ ବିଲକୁ ପରିବା ତୋଳିବାକୁ ଯାଇଥିବାବେଳେ ଅପରାହ୍ନ ୩ ଟା ସମୟରେ ହଠାତ୍ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା । ବଜ୍ରପାତରେ ହୃଷୀକେଶର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ସାନଭାଇ ଆହତ ହୋଇଥିଲା ।

ଏହି ଘଟଣା ଦେଖି ବିଲରେ କାମ କରୁଥିବା ଅନ୍ୟ ଚାଷୀ ମାନେ ଘଟଣା ସ୍ଥଳରେ ପହଁଚି ହୃଷୀକେଶକୁ ଟେକି ଟେକି ଗ୍ରାମକୁ ଆଣି ଆମ୍ବୁଲାନ୍ସ କୁ ଡାକି ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ଉଷୁମା ଏବଂ ଶଙ୍ଖତ୍ରାସ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି । ମୃତ ଯୁବକର ଗୋଟିଏ ଛୋଟ ଝିଅ ଅଛି ।














