ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ହିଞ୍ଜିଳିକାଟୁ :- ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନ ପକ୍ଷରୁ ଏକ ଦିବସୀୟ ସ୍ୱଚ୍ଛତା ହିଁ ସେବା ତାଲିମ ଅନୁସାରେ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ନେତୃତ୍ୱରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜନ ପ୍ରତିନିଧି ଓ ଗ୍ରାମ୍ୟ ପରିମଳ କର୍ମଚାରୀ ପ୍ରମୁଖ ସମିତି କାର୍ଯ୍ୟାଳୟ ପରିସରରେ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଵଚ୍ଛତା ହିଁ ସେବା ପରିକଳ୍ପନାର ବାସ୍ତବ ରୂପରେଖ,କାର୍ଯ୍ୟକ୍ରମ ଯୋଜନା ଏବଂ କାର୍ଯ୍ୟକାରିତାର ସଫଳ ରୂପାୟନ କ୍ଷେତ୍ରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଏବଂ ପରିମଳ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ପରେ ଉପସ୍ଥିତ ସମସ୍ତ ଅଧିକାରୀ, ସରପଞ୍ଚ ଏବଂ ପରିମଳ କର୍ମଚାରୀ ଶ୍ରମଦାନ କରି ସମିତି କାର୍ଯ୍ୟାଳୟ ପରିସରର ବିଭିନ୍ନ ଜମା ହୋଇ ରହିଥିବା, ଗଛ ,
ଲଟା, ବୁଦା ଓ ଅଳିଆ ଆବର୍ଜ୍ଜନା ଗୁଡ଼ିକୁ ଝାଡୁ ମାରି ହଟାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ତାଲିମ କାର୍ଯ୍ୟକ୍ରମ ବ୍ଲକ ଉପାଧ୍ୟକ୍ଷ, ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇ,ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଦାଶ, ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର,ବିଜୟ କୁମାର ସେଠୀ, କାଳୁ ଚରଣ ବେହେରା, ବାସୁଦେବ ବେହେରା, ପି.ଯୁଧିଷ୍ଠିର ରେଡ୍ଡୀ,
ବୈଷ୍ଣବ ମଣ୍ଡଳ, ବେଣୁଧର ବେହେରା, ଶଙ୍କର ମହାନ୍ତି,ଚିନ୍ତାମଣି ଗୌଡ, ପ୍ରତାପ କୁମାର ସାହୁ, କନ୍ଦର୍ପ ସ୍ଵାଇଁ, ଶିବ ଶଙ୍କର ମଲ୍ଲିକ, ତ୍ରିଲୋଚନ ନାୟକ, ଆଶିଷ ମେହେର, ସ୍ୱାଗତିକା ପାଣିଗ୍ରାହୀ, ବିଏଫଟି ବୃନ୍ଦାବନ ଗୌଡ, ଶିବ ଶଙ୍କର ପ୍ରଧାନ ପ୍ରମୁଖଙ୍କ ସମେତ ପରିମଳ କର୍ମଚାରୀ ସାମିଲ ହୋଇଥିଲେ।














