No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱରର ସବୁଠୁ ପ୍ରତୀକ୍ଷିତ ଓ ଲୋକପ୍ରିୟ, ବହୁ କ୍ଷେତ୍ରୀୟ B2B & B2C ପ୍ରଦର୍ଶନୀ ୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫” ଆଜି ଜନତା ମୈଦାନ, ଭୁବନେଶ୍ବର ଠାରେ ଉଦଘାଟିତ ହୋଇଯାଇଅଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ, ସମ୍ମାନିତ ଅତିଥି ଶ୍ରୀମତୀ ମେଜର କଳ୍ପନା ଦାଶ, ପୂର୍ବତନ ସମ୍ପାଦିକା,ରେଡକ୍ରସ, ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, dist – governer, ରୋଟାରୀ କ୍ଲବ, , ଶ୍ରୀଯୁକ୍ତ ପ୍ରକାଶ ଶ୍ରୀଚନ୍ଦନ, ସଭାପତି ଓଡ଼ିଶା ପାଇକ ଆଖଡ଼ା ମହାସଂଘ, ଶ୍ରୀମତୀ ଚିଦାତ୍ମିକା ଖଟୁଆ, ପରିଚାଳନା ନିର୍ଦ୍ଦେଶିକା,
ସୁଶୃତ୍ ହସ୍ପିଟାଲ, ଶ୍ରୀଯୁକ୍ତ ସରୋଜ ମଲ୍ଲିକ ଓ ରଶ୍ମିରଞ୍ଜନ କାନୁନଗୋ, କାର୍ଯ୍ୟ – କାରିଣୀ ସଦସ୍ୟ, ରାଜ୍ୟ-ଭାରତୀୟ ଜନତା ପାର୍ଟି, ଙ୍କ ସହିତ gupta event management ର ନିର୍ଦ୍ଦେଶିକା ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା, ପରିଚାଳନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ ଗୁପ୍ତା, ସହ-ନିର୍ଦ୍ଦେଶକ ବିର ବାହାଦୁର ସିଂ, ଦୀପକ ମହାନ୍ତି ଓ ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀ, ଏବଂ ସମସ୍ତ କର୍ମକର୍ତ୍ତା ଓ ସହଯୋଗୀ (gem) ଉପସ୍ଥିତ ଯୋଗ ଦେଇଥିଲେ ।
ଏଥର ପୂଜା ବଜାରକୁ ଆଖି ଆଗରେ ରଖ୍, ବିଶେଷ କରି ଏହି ବାଣିଜ୍ୟ ମେଳାରେ ଉପଲବଦ୍ଧ ସାମଗ୍ରୀ ଗୁଡିକର ଚାହିଁବା କୁ ଦେଖ୍ Gupta Event Management ଏଥର ପୂଜା କିଣା କିଣି କୁ ସୁସଜ୍ଜିତ ଓ ସୁ-ବ୍ୟବସ୍ଥିତ ତଥା ଶୀତ ତାପ ନିୟନ୍ତ୍ରିତ କରି ଏକ ସୁନ୍ଦର ବଳାର ର ଅନୁଭୂତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ୧୯ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ, ପ୍ରତିଦିନ ଅପରାହ୍ଣ ୨:୩୦ରୁ ରାତି ୧୦:୦୦ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଶ୍ରୀ ସୁଜୀତ ଗୁପ୍ତା ପ୍ରକାଶ ସୂଚନା ଦେଇଛନ୍ତି l
ମୁଖ୍ୟ ଅତିଥ୍ ଙ୍କ ମତରେ ବିଗତ ୭ ବର୍ଷ ମଧ୍ୟରେ, କ୍ରମୋଙ୍କ ଲାବରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନିଜର ୧୨ ତମ ସଂସ୍କରଣ କରିବାକୁ ସମର୍ଥ ହେଇଛନ୍ତି । ବିଶେଷ କରି ଦୁର୍ଗା ପୂଜା ଓ କୁମାର ପୂର୍ଣିମା ଆଗରୁ ଏପ୍ରକାରର ଆୟୋଜନ ବେଶୀ ଭାବରେ ଗ୍ରାହକ ମାନଙ୍କୁ ଆକର୍ଷିତ କରିଥାଏ Gupta Event Management ଏହି କ୍ଷେତ୍ରରେ ନିଜକୁ ଏବଂ ନିଜର ବ୍ୟବସାୟ ଶ୍ରେଣୀର ଉତକୃଷ୍ଣ ପ୍ରମାଣିତ କରିଛନ୍ତି, ଅନ୍ତର୍ଜାତୀୟ ସ୍ତରରୁ ପାଖା ପାଖ ୮ ଗୋଟି ଦେଶ, ୨୨ ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ,
ହସ୍ତତନ୍ତ ସହିତ ବିଭିନ୍ନ ଆସବାବ ପତ୍ର ବିକ୍ରି ପାଇଁ ଆସୁଥିବାରୁ ଏହି ବାଣିଜ୍ୟ ମେଳା କେବଳ ଯେ ସ୍ବତନ୍ତ୍ର ଅଟେ ତା ନୁହଁ, ଆର୍ଥିକ ଓ ସାମାଜିକ ଆଦାନପ୍ରଦାନ କୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ଏଣୁ ଆୟୋଜକ ଧନ୍ୟବାଦ ର ପାତ୍ର ବୋଲି ମୁଖ୍ୟ ଅଡିų ପ୍ରକାଶ କରିଥିଲେ । ଏଥିରେ ଭାରତର ୨୨ଟି ରାଜ୍ୟ ଓ ୧୦ଟି ଦେଶର ପ୍ରଦର୍ଶକମାନେ ଅଂଶଗ୍ରହଣ କରୁଛନ୍ତି, ଯାହାକି ଏକ ବିଶ୍ବସ୍ତରୀୟ ବ୍ୟବସାୟ ମଞ୍ଚର ରୂପ ନେଇଛି । ପ୍ରଦର୍ଶନୀକୁ ଆଧୁନିକ ଶୀତ ତାପ ନିୟନ୍ତ୍ରିତ ସୁବିଧାସହିତ ହ୍ୟାଙ୍ଗାର ଷ୍ଟ୍ରକଚରେ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି,
ଯେଉଁଥିରେ ମୁଖ୍ୟତଃ ପ୍ରଦର୍ଶିତ ହେଉଛି :–
ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା, ଫର୍ନିବର୍ – କାଶ୍ମିରୀ, କାର୍ଲିଙ୍ଗ, ପ୍ରାଚୀନ ସାମଗ୍ରୀ, ସୋଫା, ଡାଇନିଂ ସେଟ୍, ଓ ଝୁଲା
ll ଆଫଗାନିସ୍ଥାନରୁ ଆସୁଥିବା ୧୦୦ ପ୍ରକାରର ଡ୍ରାଇ ଫୁଟସ
II ଜର୍ମାନୀର ଡିଜାଇନର୍ ଲ୍ୟାମ୍ପ
II ବାଇଦେଶରୁ କାମଦାନୀ ସାଡ଼ି
ll ଇରାନରୁ ଖଜୁରି, ଗହନା ଓ ହର୍ବାଲ୍ ତେଲ
ll ଦୁବାଇରୁ ସୁଗନ୍ଧ
II ଆଇଲ୍ୟାଣ୍ଡରୁ ଗହନା, ପାଦୁକା ଓ ପୋଷାକ
ll କୋରିଆରୁ ମହିଳାଙ୍କର ଆକସେସରିଜ୍
II ଭାରତର ସମସ୍ତ ହସ୍ତଶିଳ୍ପ ଓ ହାତସୁତା
ll ପ୍ରାଚୀନ ଧାତୁ ଓ AD ପଥରର ଗହନା
|| ଇରାନୀ, ପର୍ସିଆନ୍ ଓ ରଦୋହୀ (ୟୁ.ପି.)ରୁ କାର୍ପେଟ
ll ପ୍ରାଚୀନ ପିଚଳ ଓ ତାମାର ସାମଗ୍ରୀ
॥ ଦୁବାଇର ପୋଷାକ
II ପ୍ରାଚୀନ ବିୱାଇ ସଜାଣିର ଫ୍ରେମ୍
ll ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଚମଡ଼ା ସାମଗ୍ରୀ
॥ ସିଙ୍ଗାପୁରର ସାମଗ୍ରୀ
ll ମାଲେସିଆର ଫାଉଣ୍ଟେନ୍
ll ଖାଦି ଓ କୁରେସିଆ ସାମଗ୍ରୀ
॥ ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ଓଡ଼ିଶା ଓ ବାବେଶରୁ ବସ୍ତ୍ର ଓ ସାଡ଼ି
ll ସୌନ୍ଦର୍ଯ୍ୟ ସାମଗ୍ରୀ, ଇଲେକ୍ଟ ନିଜ, ଭୋଗ୍ୟବସ୍ତୁ, ମାର୍ବଲ୍ ସାମଗ୍ରୀ ଓ ଅନ୍ୟାନ୍ୟ ଅନେକ ଚିତାକର୍ଷକ ସାମଗ୍ରୀ ର ସମାବେଶ ଦେଖିବାକୁ ପାଇବେ l
ଚଳିତ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ଫୁଡ ଜୋନ୍, ଯେଉଁଠାରେ ବିଭିନ୍ନ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଇଛି, ସେଥ୍ରେ ଚମ୍ପାରଣ ଆହୁନା ମଟନ୍ ଆଗୁଆଣ crowd-puller ରାଜେ ପ୍ରସିଦ୍ଧି ହାସଲ କରିଛି । ୧୧ ଦିନ ଧରି ଚାଲିବାକୁଥିବା ଏହି ବାଣିଜ୍ୟ ମେଳାରେ ଲକ୍ଷେର ଊଦ୍ଧ ଗ୍ରାହକ ଆସିବାର ଅନୁମାନ ରହିଛି । ଏହା ଉପଭୋକ୍ତା ଓ ବ୍ୟବସାୟୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ଦେଖିବେ, କିଣିବେ,
ଏବଂ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିପାରିବେ – ସବୁ କିଛି ଗୋଟିଏ ସ୍ଥାନରେ ବୋଲି ଶ୍ରୀମତୀ ପାୟଲ୍ ଆଚାର୍ଯ୍ୟ ଗୁପ୍ତା (ଡାଇରେକ୍ଟର୍-GEM) ସୂଚନା ଦେଇଛନ୍ତି! Gupta Event Management Pvt. Ltd., ର ନେତୃତ୍ବ ଶ୍ରୀ ସୁଜିତ ଗୁପ୍ତା (ମ୍ୟାନେଜିଂ ଡାଇରେକ୍ଟର୍) ଓ ଶ୍ରୀମତୀ ପାୟଲ୍ ଆଚାର୍ଯ୍ୟ ଗୁପ୍ତା (ଡାଇରେକ୍ଟର୍) ନେଉଛନ୍ତି । ବିଗତ ୧୦ ବର୍ଷ ଧରି ପ୍ରୋଫେଶନାଲ୍ ଇଭେଣ୍ଟ ମ୍ୟାନେଜମେଣ୍ଟରେ ଏକ ପ୍ରମୁଖ ନାମ ସଂସ୍ଥାର ନୂତନତା-ପୂର୍ଣ୍ଣ ବ୍ୟବସାୟିକ ମଞ୍ଚ ସୃଷ୍ଟିର ପ୍ରତିବଦ୍ଧତା ଭାରତୀୟ ଓ ଆନ୍ତର୍ଜାତୀୟ ବ୍ୟବସାୟକୁ ଏକତ୍ର କରିବାରେ ସାହାଯ୍ୟ କରୁଛି ବୋଲି ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀ ପ୍ରକାଶ କରିଛନ୍ତି ।

No Result
View All Result