ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ମାଛ ବିକାଳୀଙ୍କ ଝିଅ ମୌସୁମୀ ଜାତୀୟ ରାଇଫଲ ସୁଟିଂ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ହାସଲ କରି ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର କାରଣ ହୋଇପାରିଛନ୍ତି. ଏଠାରେ ଉଲ୍ଲେଖ ଯୋଗ୍ୟଯେ, ସେଂଚୁରିୟାନ୍ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମୌସୁମୀ ସିମାଲାଇ ଜାତୀୟ କନିଷ୍ଠ ବର୍ଗରେ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଦିଲ୍ଲୀରେ ଭାଗ ନେଇଥିଲେ।















