ଟୁଇଟର କୁ ପ୍ରାଧାନ୍ୟ ଦେବା ସତ୍ୱେ ଜନସାଧାରଣ ସହଜରେ ନିଜ ଅଭିଯୋଗ, ଅନୁରୋଧ ବା ସୂଚନା ସରକାରୀ ଅଧିକାରୀଙ୍କୁ ଦେଇ ପାରିବେ । ପୂର୍ବତନ ସରକାର ସମୟରେ ଟୁଇଟର ମାଧ୍ୟମରେ ଅନେକ ଅଭିଯୋଗ ସମାଧାନ ହେଉଥିଲା, ଜନସାଧାରଣ ଙ୍କ ଅନୁଭବ ଉପରେ ଅନେକ ପ୍ରଭାବ ପଡୁଥିଲା । ବର୍ତମାନ ର ସରକାର ଏହି ପ୍ରକ୍ରିୟାକୁ ଅନେକ ସମୟରେ ଅଣଦେଖା କରାଯାଉଛି ।
ଏ ସମ୍ବଦ୍ଧରେ କନ୍ଧମାଳ ଜିଲ୍ଲା ସଂଯୋଜକ ବିଞ୍ଜାମିନ ନାୟକ ଏବଂ ଅନ୍ୟ ସହଯୋଗୀ ଆମନ ନାୟକ, ରାଜେଶ ବଗର୍ତ୍ତୀ, ବିବେକାନନ୍ଦ ପ୍ରଧାନ, ବରୁଣ କହଁର, ଆଲୋକ କଁହର, ସୁନାସିର ଦିଗାଲ,ବିଜୟ ସାହୁ,ସସ୍ମିତା ମଲିକ, ରାଜୀବ କୁମାର ଦିଗାଲ,ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଆଟା ) ର ପ୍ରମୁଖ ସଦସ୍ୟ ଜିଲ୍ଲାପାଳ ଙ୍କୁ ଭେଟି ଏହି ଟୁଇଟର ମାଧ୍ୟମ କୁ ତତ୍କାଳ ତ୍ୱରାନ୍ୱିତ କରି ଜନସାଧାରଣ ଙ୍କୁ ସୁବିଧା ଯୋଗାଇ ଦିଆ ଯିବାକୁ ଅନୁରୋଧ ଜଣେଇଛନ୍ତି ।

© 2023 Odisha Taza News.