ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ପ୍ରଗତି ପ୍ରତିଷ୍ଠାନ ପକ୍ଷରୁ ପବିତ୍ର ଗୁରୁପୂଜନ ହୋଟେଲ ଗଜପତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧକ ଓ ଶିକ୍ଷକ ଅମର ମହାପାତ୍ରଙ୍କୁ ଛାତ୍ରଛାତ୍ରୀ ମାନେ ପୂଜା କରିଥିଲେ । ଏହାସହ ଶିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ, ସଙ୍ଗୀତ ଗୁରୁ ନଳିନୀ କାନ୍ତ ନାୟକ, ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ,

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଆଇନଜୀବୀ ମହେଶ ପ୍ରସାଦ ନନ୍ଦ ପ୍ରମୁଖ ଗୁରୁ ମାନଙ୍କୁ ଗୁରୁପୂଜନ କରାଯାଇଥିଲା । ୩୫ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ପ୍ରଗତି ପ୍ରତିଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସାଂପ୍ରତିକ ପରିସ୍ଥିତିରେ ଗୁରୁ ମାନଙ୍କ ଭୂମିକା ସମ୍ପର୍କରେ ମଞ୍ଚାସୀନ ଗୁରୁମାନେ ମତବ୍ୟକ୍ତ କରିଥିଲେ ।














