କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ସୁନ୍ଦରଗ୍ରାମ ସ୍ଥିତ ଦଧିଚି ସମୂହ ଶିକ୍ଷା ଅନୁଷ୍ଠାର ୨୧ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗଡିଆ. ଯୋଗ ଦେଇ ସେ କହିଛନ୍ତି ଯେ ଶିକ୍ଷା ହେଉଛି ଦେଶର ଆର୍ଥିକ ବିକାଶର ମୂଳଦୁଆ.. ସମସ୍ତଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ମିଳିପାରିଲେ ହିଁ ଦେଶ ସମୃଦ୍ଧ ହୁଏ ବୋଲି କହିଥିଲେ ତୋଗଡିଆ l

ଦେଶ ଗଠନ ଓ ବିକାଶ ହିଁ ପ୍ରକୃତ ହିନ୍ଦୁତ୍ୱ ବୋଲି କହିଲେ ପ୍ରବୀଣ..ଏହି ଅବସର ଶିକ୍ଷାନୁଷ୍ଠାନ ଅଧକ୍ଷ ଡଃ ମନୋଜ ଦାଶ ଶିକ୍ଷାନୁଷ୍ଠାନ ର ୨୧ ତମ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ.. ଏଥିରେ ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତା ବଦ୍ରି ମହାପାତ୍ର , ଦଧିଚି ସମୁହ ଶିକ୍ଷା ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।















