No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ମଙ୍ଗଳ ବାର ଦିନ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସହକାରୀ ଶ୍ରମ ବିଭାଗ ସହକାରୀ ଶ୍ରମ ଅଧିକାରୀ ଅମିତ୍ ନାୟକ ଙ୍କ ନେତୃତ୍ୱରେ ଓ ବ୍ଲକ ଚ୍ୟାରମେନ୍ ରଞ୍ଜୀବ ଶବର ଙ୍କ ସଭାପତିତ୍ବ ରେ ପ୍ରବାସୀ ଶ୍ରମିକ ମାନଙ୍କ ଅଧିକାର ,
ଆଇନ ଓ ନିୟମ ଉପରେ ସଚେତନ ଓ ଆଲୋଚନା କରିବା ସହ ପଞ୍ଜିକରଣ କରିଥିଲେ ।ସମସ୍ତ ବର୍ଗର ଶ୍ରମିକ ମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେମାନଙ୍କ ସହ ପ୍ରାଞ୍ଜଳ ଭାବେ ଆଲୋଚନା କରିବାସହ କିପରି ତାହାରି ସମାଧାନ ହୋଇପାରିବ ସମାନ କାକୁ ସମାନ ମଜୁରୀ ,ଶ୍ରମିକ କାର୍ଡ ,ଶ୍ରମିକ ଇନ୍ସୁରାନ୍ସ ଏପରିକି ଶ୍ରମ ଆଇନ ଉପରେ ଅଧିକ ଗୁରୁତୱପୂର୍ଣ୍ଣ ଆଲୋଚନା କରିବାସହ ପ୍ରଞ୍ଜେଲ ଭାବେ ଶ୍ରମିକ ମାନକୁ ବୁଝାଇଥିଲେ ଶ୍ରୀ ନାୟକ ।
ଏହି କାର୍ଯ୍ୟରେ ଶିକୁଳିପଦର ପଞ୍ଚାୟତ ର ସମସ୍ତ ବର୍ଗ ର ଶ୍ରମିକ ମାନେ ତଥା ଶ୍ରମିକ ନେତା , ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ଦଣ୍ଡସେନା , ନାୟବ ସରପଞ୍ଚ ସମିତି ସଭ୍ୟ ,ସମସ୍ତ ୱାର୍ଡ ସଭ୍ୟା ବୁଦ୍ଧିଜୀବୀ ଯନ୍ତ୍ରୀ ପ୍ରଭାଜିତ୍ ପାଢ଼ୀ,PEO J. ଖଗେଶ୍ବର ରାଓ ଗ୍ରାମ ବିକାଶ ସଂସ୍ଥାର ତ୍ରିଲୋଚନ ଜେନା ଉପସ୍ଥିତ ରହିଥିଲେ ।

No Result
View All Result