କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମୁଡକାନୀ ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଗାଁର କିଶୋର ପରାଭୁଏଙ୍କୁ ତାଙ୍କ ସାଙ୍ଗ ଶ୍ରୀଧର ଶବର ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଶୋର ଓ ତାଙ୍କ ସାଙ୍ଗ ଶ୍ରୀଧର ସୋମବାର ଗାଁର ପ୍ରହରୀ ମଣ୍ଡପରେ ବସି କଥା ହେଉଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।















