ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏମ.ଏସ.ପୁର ପଞ୍ଚାୟତର ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ଜୟହନୁମାନ ମେଡିକାଲ ଷ୍ଟୋର ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଅଛି । ମୁଖ୍ୟ ସଡକରେ ଥିବା ପ୍ରକାଶ ରାଓଙ୍କ ହନୁମାନ କମ୍ପ୍ଲେକ୍ସରେ ଶ୍ରୀକାକୁଲମର ଜିଲ୍ଲାର ରାଗୁଲୁ ସ୍ତିତ ଜେମ୍ସ ହସ୍ପିଟାଲର ମିଳିତ ସହଯୋଗରେ ଅନୁଷ୍ଠାନର ମାଲିକ ପ୍ରକାଶ ରାଓ ଶୁଭ ଉଦ୍ଘାଟନ କରିଥିବା ବେଳେ ଅଞ୍ଚଳର ଲୋକେ ସାଧାରଣ ସ୍ବାସ୍ଥ୍ୟ ଓ ଜରୁରୀ ଜିନିଷରୁ ବଞ୍ଚିତ ନ ହେବାପାଇଁ ଏହା ଏକ ପ୍ରୟାସ ଏବଂ ଏହି ପ୍ରୟାସ ଜାରିରହିବ ବୋଲି କହିଛନ୍ତି ।















