ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ ଭାଙ୍ଗିଥିବା ନେଇ ମନ୍ଦିର ପୂଜକ ସନ୍ତୋଷ କୁମାର ମୁନିଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦନ୍ତା ହାତୀଟି ଧବଳେଶ୍ଵର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲ ମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇ ଯାଇଛି ।















