ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଲଥାକେନ୍ଦ କ୍ଲଷ୍ଟରେ ଥିବା ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୯ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।

ଏଥିରେ ଗାଁର ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି ଦିଦି, କୁନି କୁନି ଛାତ୍ରଛାତ୍ରୀ ମିଶି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ, ଚକଲେଟ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଗାଁରେ ତ୍ରିରାଙ୍ଗା ପତାକା ଧରି ପରିକ୍ରମା କରିଥିଲେ ।















