• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହା ସମାରହୋରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
August 16, 2025
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହା ସମାରହୋରେ ପାଳିତ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମୋହାଡମ୍ୱରେ ପାଳନ କରାଯାଇଅଛି l ଜିଲ୍ଳା ସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ, ଇସ୍ପାତ୍ ଓ ଖଣି ବିଭାଗ ଓଡ଼ିଶା ,ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ଅଭିଭାଷଣରେ ଗଜପତି ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯ୍ୟ ଓ କଳା, ସାହିତ୍ୟ, ସଂସ୍କୃତି ଆଦିଭୂମି, ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି ଜିଲ୍ଲା l ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମ ଦେଶ ଓ ଜାତି ପାଇଁ ଗର୍ଵ ଓ ଗୌରବର ଦିନ ।

ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ବଲ୍ଲବ ଭାଇ ପଟେଲ, ବାବା ସାହେବ ଆମ୍ବେଦକର,ପାରଳାର ମଉଡମଣୀ ତଥା ସମ୍ଭିଧାନ ସଭାର ସଦଶ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବାଲଗଙ୍ଗାଧର ତିଳକ, ଚନ୍ଦ୍ର ଶେଖର ଆଜାଦ, ସହିଦ ଭଗତ ସିଂ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ମାଳତୀ ଚୌଧୁରୀ, ପାରଳାର ନାରାୟଣ ପାତ୍ର, ବଳରାମ ପଣ୍ଡା ପ୍ରମୁଖଙ୍କ ବଳିଦାନ, ସଂଘର୍ଷ ଓ ସଂଗ୍ରାମ ବଳରେ ଦୀର୍ଘ ବର୍ଷର ପରାଧୀନତାର ଅନ୍ଧକାର ହଟି ଆଜିର ଦିନରେ ସ୍ୱାଧୀନତାର ସୂର୍ଯ୍ୟଦୋୟ ଦେଖିଥିଲା ।

ସେହି ଦେଶପ୍ରେମୀ ସଂଗ୍ରାମୀ ମାନଙ୍କୁ ଆଜିର ଏହି ପବିତ୍ର ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୯୨ ଅକ୍ଟବୋର ୨ ତାରିଖରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଲାଭ କରିଥିବା ଐତୀହ ସଂପନ ଗଜପତି ଜିଲ୍ଲାର ଦେଶ ଭକ୍ତ ସଂଗ୍ରାମୀ ମାନେ ପରାଧୀନତାର ମୁକ୍ତପାଇଁ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏ ଅଂଚଳ ଯେଉଁ ଭଳି ପବିତ୍ର ମହେନ୍ଦ୍ର ତନୟାର ଶୀତଳ ଜଳ ସ୍ପର୍ଶରେ ସବୁଜିମା ଭରା ଭୂଖଣ୍ଡରେ ପ୍ରାଚୀନ ଇତିହାସ ସେତିକି ମଧ୍ୟ ଗୌରବଦିତ୍ୟ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅନ୍ୟତମ ବିନ୍ଧାଣି ଯୁଗଜନ୍ମି କିମ୍ବଦନ୍ତୀ ପୁରୁଷ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ପାରଳା ରାଜଵଂଶ ପ୍ରତି ଆନୁଗତ୍ୟା ପ୍ରକାଶ କରି ବୀର ପାଇକ ସିପାହୀମାନେ ନିଜ ଜନ୍ମଭୂମୁକି ସୁରକ୍ଷା ଦେବାପାଇଁ ତରଭାରୀ ଧରିଥିଲେ । କେବଳ ପୁରୁଷମାନେ ନୁହନ୍ତି ଏ ମାଟିର ହୀରାମଣି ବିଷୋୟୀ, ନିଜର ଦିବଂଗତ ସ୍ୱାମୀ କୃଷ୍ଣଚନ୍ଦ୍ର ବିଷୋୟୀଙ୍କ ଆନ୍ଦାଳନକୁ ତୀବ୍ର କରିବା ପାଇଁ ନିଜେ ସେନାପତିର ଦାଇତ୍ୱ ନେଇ ଦୁର୍ଦ୍ଧଷ ଇଂରେଜୀ ବାହିନୀ ବିରୁଦ୍ଧରେ ତୀବ୍ର ଯୁଦ୍ଧ କରିଥିଲେ ଯାହା ଏ ମାଟିର ପ୍ରତ୍ୟେକ ରମଣୀ ପାଇଁ ଆଦର୍ଶ ସୃଷ୍ଟି କରିଛି ।

ଅହିଂସା ଆନ୍ଦୋଳନରେ ମଧ୍ୟ ଗଜପତିର ଅନେକ ସଂଗ୍ରାମୀ ନିଜକୁ ଝାସ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ରାଜନୀତିରୁ ଆରମ୍ଭ କରି ସଂଗୀତ, କଳା ଓ ନାଟ୍ୟ ଜଗତର ଅନନ୍ୟ ପ୍ରତିଭାମାନଙ୍କୁ ଜନ୍ମଦେଇ ଏ ମାଟି ଧନ୍ୟ ହୋଇଛି । ଓଡିଶା ପ୍ରଦେଶ ଗଠନ ପାଇଁ ଗଠିତ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଏ ମାଟିର ଗୌରବ ଶ୍ୟାମ ସୁନ୍ଦର ରାଜଗୁରୁ, କବି ସିରାମଣୀ ଗୋପାଳ କୃଷ୍ଣ, ନାଟ୍ୟକାର ଆପନ୍ନା ପରିଛା, ସଂଗୀତ କାର ଆପନ୍ନା ପାଣିଗ୍ରାହୀ, ଓଡ଼ିଆ ଭଭିଧାନର ସ୍ରଷ୍ଟା ଭାଷାବିତ ଗୋପୀନାଥ ନନ୍ଦ, ଐତିହାସିକ ସତ୍ୟନାରାୟଣ ରାଜଗୁରୁ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି ଏ ମାଟିକୁ ଗରୀୟାନ କରିଛନ୍ତି ।

ଗଜପତି ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଓଡ଼ିଆ ତେଲୁଗୁ, ସଉରା ଲୋକଙ୍କ ଉପରେ ନିର୍ଭର କରେ । ପବିତ୍ର ଶୈବ କ୍ଷେତ୍ର ମହେନ୍ଦ୍ରଗିରୀ, ଜିରାଙ୍ଗର ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର, ଖସଡ଼ା, ଗୁଦୁଗୁଦା, ମାଙ୍କଡଡିଆଁ, ଗଣ୍ଡାହାତି, ଜଳପ୍ରପାତର କୁଳୁକୁଳୁ ନାଦ ସମସ୍ତ ପର୍ଯ୍ୟଟଙ୍କଙ୍କୁ ଆକର୍ଷଣ କରୁଅଛି। ଆଜି ଆମେ ସ୍ଵାଧୀନତାର ୮୦ ବର୍ଷ ଛୁଇଁବାକୁ ଯାଉଥିବା ବେଳେ ୨୦୩୬ ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ୧୦୦ ବର୍ଷ ପୁରା କରିବା । ୨୦୪୭ ରେ ସ୍ଵାଧୀନ ଭାରତର ୧୦୦ ବର୍ଷ ପୂରଣ ହେବା । ଏହି ବର୍ଷ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଆମ ଗଜପତି ଜିଲ୍ଲାର କୁଯାଶିଙ୍ଗରେ ବେତ ହସ୍ତଶିଳ୍ପ,ଟାଙ୍ଗିଆ ସାହିରେ ବାଉଁଶ ହସ୍ତଶିଳ୍ପ, ତିତିସିଙ୍ଘରେ ଓ ତଳଦମାଡୁଆ ଗ୍ରାମରେ ମୃତିକା ହସ୍ତଶିଳ୍ପ,ପରଳାଖେମୁଣ୍ଡିର ସିଂଘ କାମ ଯାହା ପରଳାଖେମୁଣ୍ଡିର ସ୍ୱତନ୍ତ୍ର ପରିଚୟ । ଏହି ଜିଲ୍ଲାରେ ୧୪ ଟି ଗ୍ରାନାଇଟ ଶିଳ୍ପ ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଓ ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରୁଛି । ଲୋକଙ୍କ ସରକରରେ ସୁଶାସନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେବାସହ ସୁଦୃଢ ନ୍ୟାୟିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଅଛି । ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଛାତ୍ରୀଙ୍କ ସୁରକ୍ଷା,ସଶକ୍ତିକରଣ ଓ ଆତ୍ମ ରକ୍ଷା ପାଇଁ ଐତିହାସିକ ପଦକ୍ଷେପ ସ୍ବରୂପ ଆରମ୍ଭ ହୋଇଛି ଶକ୍ତିଶ୍ରୀ କାର୍ଯ୍ୟକ୍ରମ୍ ବିଶେଷକରି ସମଗ୍ର ଓଡ଼ିଶାକୁ ବିକାଶର ଡୋରୀରେ ବାନ୍ଧିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଭଳି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ଆମ ଗଜପତି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ସେମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଆଦିବାସୀ ଉନ୍ନୟନ ସଂସ୍ଥାକୁ କ୍ରିୟାଶୀଳ କରିଛନ୍ତି । ଗଜପତି ଜିଲ୍ଲା ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ପାଇବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରୁଅଛି ବୋଲି କହିଥିଲେ । ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା, ଦଶମ ଶ୍ରେଣୀ ପରୀକ୍ଷା ସର୍ବଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ,ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ. ନାଗାରାଜୁ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ଓ ଶ୍ରୀ ମୁନିନ୍ଦ୍ର ହୋନେଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, କମାଣ୍ଡଡ଼ାଣ୍ଟ ୩ୟ ବାଟାଲିୟନ ଶ୍ରୀ ଅଶୋକ କୁମାର ମହାନ୍ତି,

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି ଓ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ୟାରେଡକୁ ଶ୍ରୀ ନିରଞ୍ଜନ ନାୟକ ,ଆର୍.ଆଇ.ଅଫ୍ ପୋଲିସ୍, ପରିଚାଳନା କରିଥିଲେ । ଆଜିର ପ୍ୟାରେଡରେ ମୋଟ ୨୬ ଗୋଟି ଦଳ ଭାଗ ନେଇ ଥିବାବେଳେ ସେଥିମଧ୍ୟରୁ ବରିଷ୍ଠ ବିଭାଗ ପ୍ୟାରେଡ଼ରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ,

ସେହିପରି କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେଣ୍ଟ ଭିନିସେଣ୍ଟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦ୍ଵିତୀୟ ସ୍ଥାନ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପୁରସ୍କୃତ କରାଯାଇଛି । ଜିଲ୍ଲା କାରାଗାର ର ଅନ୍ତେବାସୀ, ଜିଲ୍ଲା ଚିକିତ୍ସାଳୟ ର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠା ଆଶ୍ରମର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଛି । ଏହି ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଙ୍କ ତତ୍ଵାବଧାନ ରେ କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପାଦିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହୋଜଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version