ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତା ‘ମେଟଲ ମିଟ୍-୨୦୨୫’ ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ଭୁବନେଶ୍ୱରସ୍ଥିତ ୟୁନିଟ-୮ ଡ଼ିଏଭି ପବ୍ଲିକ ସ୍କୁଲ ଟିମ୍ ଏବଂ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଛନ୍ତି। ଡିଏଭି ପବ୍ଲିକ ସ୍କୁଲ ୟୁନିଟ-୮ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟାନ ହୋଇଥିବାବେଳେ, ଏମ୍ସ ଭୁବନେଶ୍ୱର ଲଗାତର ତୃତୀୟଥର ପାଇଁ ପ୍ରଥମ ସ୍ଥାନରେ ରହି ହାଟ୍ରିକ୍ ଅର୍ଜନ କରିଛି । ସେହିପରି ଜୁନିୟର ବର୍ଗରେ କିଟ୍ ଇଣ୍ଟରନ୍ୟାଶନାଲ ସ୍କୁଲ ଟିମ୍ ପ୍ରଥମ ରନରଅପ୍ ଓ ଲୋୟାଲା ଟିମ୍ ଦ୍ୱିତୀୟ ରନରଅପ୍ ହୋଇଛନ୍ତି ।
















